ମହିଳାଙ୍କ ଉନ୍ମତ୍ତକାଣ୍ଡ, ପଥର ଛେଚି ବୃଦ୍ଧାଙ୍କୁ ହତ୍ୟା

Advertisment
ସର୍ପାଘାତରେ ନାବାଳିକା ମୃତ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ପୋଡ଼ାଶିଙ୍ଗିଡ଼ି ଗ୍ରାମରେ ରବିବାର ଜଣେ ମହିଳାଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାଙ୍ଗରେ ମଦ ପିଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କୁ ପଥର ଛେଚି ହତ୍ୟା କରିଛନ୍ତି। ମୃତ ବୃଦ୍ଧା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ର। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମହିଳା ସାର ନାଇକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ଅଞ୍ଚଳର ଜ୍ୟୋତ୍ସ୍ନା ପାତ୍ର ମଠଡାହି ଆସି ଝିଅ ଶାନ୍ତି ପାତ୍ରଙ୍କ ନିକଟରେ ରହୁଥିଲେ। ସେ ନିୟମିତ ଛେନାପଦି ବଜାର ସଫା କରିବା ସହ ବ୍ୟବସାୟୀମାନେ ଯାହା ଦିଅନ୍ତି ସେଥିରେ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଗତକାଲି ସକାଳ ୯ଟାବେଳେ ସେହି ଗ୍ରାମର ସାର ନାଇକ (୬୫)ଙ୍କ ସହ ଜ୍ୟୋତ୍ସ୍ନା ନିକଟସ୍ଥ ପୋଡ଼ାଶିଙ୍ଗିଡ଼ି ଗାଁର ଦେଶୀ ମଦଭାଟିକୁ ମଦ ପିଇବାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ କୌଣସି କାରଣରୁ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଉଭୟ ପରସ୍ପରର ଚୁଟିକୁ ଧରି ମାର୍‌ପିଟ‌ ହୋଇଥିଲେ। ସାର ଏକ ପଥରରେ ଜ୍ୟୋତ୍ସ୍ନାଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ସୋସୋ ଓ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ସାରକୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe