ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

Advertisment
ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଡୁଡୁକା: ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଆଗଲପୁର ଗାଁରେ ଚୋରା ମଦ ବେପାର ଅବାଧ ଭାବେ ବଢ଼ି ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ଠୋସ୍‌ ପଦକ୍ଷେପ ନେଉନଥିବାରୁ ଶେଷରେ ମଦ ବନ୍ଦ କରିବାକୁ ମହିଳାମାନେ ଆଗେଇ ଆସିଛନ୍ତି। ଆଗଲପୁର ମାହେଶ୍ୱରୀ ସଂଗଠନର ଆହ୍ୱାନକ୍ରମେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି।

ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଓ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଆଗଲପୁର ଫାଣ୍ଡି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମାହେଶ୍ୱରୀ ସଂଗଠନ ସଭାପତି ପ୍ରମୋଦ ସାହୁ, ସନ୍ନ୍ୟାସୀ ମେହେର, ନାଗରିକ କମିଟି ସଭାପତି ଅଖିଳ ତ୍ରିପାଠୀ, ସମ୍ପାଦକ ରାଧାକାନ୍ତ ନାୟକ, ପୂର୍ବ ସରପଞ୍ଚ କୃଷ୍ଣଚନ୍ଦ୍ର ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଏସ୍‌ଏଚ୍‌ଜି ସଭାପତି ସରିତା ମେହେରଙ୍କ ନେତୃତ୍ୱରେ ଶତାଧିକ ମହିଳା ଗାଁରେ ରାଲି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe