ରଥ ତି‌ଆରି ପାଇଁ ପହଞ୍ଚିଲା କାଠ

Advertisment
ରଥ ତି‌ଆରି ପାଇଁ ପହଞ୍ଚିଲା କାଠ

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କ ରଥଯାତ୍ରାକୁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅନେଇ ରହିଥିବା ବେଳେ ରଥ ନିର୍ମାଣ ପାଇଁ କାଠ ନଥିବା ସେବାୟତ ଓ ମହାରଣାମାନେ ଅଭିଯୋଗ କରିଥିଲେ। ଅକ୍ଷୟତୃତୀୟାରେ ଅଖଚକ ଲାଗି ହେବା ବିଧି ରହିଥିବା ବେଳେ ରଥ ନିର୍ମାଣ ପାଇଁ ନୂଆ କାଠ ଆସି ପାରିନଥିଲା। ୨ ବର୍ଷ ହେଲା ଖରା ବର୍ଷାରେ କାଠ ନଷ୍ଟ ହୋଇଯାଇଛି। ନୂଆ କାଠ ନ’ଆସିଲେ ରଥ କାମ ହୋଇପାରିବ ନାହିଁ ବୋଲି ମହାରଣା କହିଥିଲେ। ତେଣୁ ଏଥର ରଥ ଗଡ଼ିବା ନେଇ ଆଶଙ୍କା ଉପୁଜିଥିଲା।

ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ଆସନ୍ତା ୨୯ ତାରିଖରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା ଓ କାରିଗରମାନେ ହାଇକୋର୍ଟର ଆଶ୍ରୟ ନେବାକୁ ବି ପ୍ରଶାସନକୁ ଚେତାବନୀ ଦେଇଥିଲେ। ତେବେ ରଥ ନିର୍ମାଣ ନେଇ ଲାଗି ରହିଥିବା ସବୁ ଦ୍ବନ୍ଦ୍ବ ଦୂର କରିଛି ପ୍ରଶାସନ। ଆଜି ବଡ଼ଦାଣ୍ଡରେ ପହଞ୍ଚିଛି କାଠ। ଉପଜିଲ୍ଲାପାଳ ଅନ୍ୟା ଦାସ ଓ ତହସିଲଦାର ବିକ୍ରମ କିଶୋର ପରିଡା ଆଜି ବଡଦାଣ୍ଡ ଯାଇ ଅନୁଧ୍ୟାନ କରିବା ସହ ରଥ ନିର୍ମାଣ କାମ ତ୍ବରାନ୍ବିତ କରିବାକୁ ମହାରଣାମାନଙ୍କୁ ପରାମର୍ଶ ଦେଇଛନ୍ତି। ରଥ କାଠ ଆସି ପହଞ୍ଚିଥିବାରୁ ଚଳିତ ବର୍ଷ ବାରିପଦାରେ ରଥ ଗଡିବା ସୁନିଶ୍ଚିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe