ଚାଷୀଙ୍କୁ ନଜଣାଇ ଜମିରେ ଚାଲିଛି ପାଇପ୍‌ ବିଛାଇବା କାମ

Advertisment
ଚାଷୀଙ୍କୁ ନଜଣାଇ ଜମିରେ ଚାଲିଛି ପାଇପ୍‌ ବିଛାଇବା କାମ

ବରଗଡ଼ : ବରଗଡ଼ ଜିଲ୍ଲାରେ ଗଙ୍ଗାଧର ଜଳ ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଚାଲିଛି। ଜମିଗୁଡ଼ିକୁ ମନଇଚ୍ଛା ଖୋଳି ପାଇପ୍‌ ବିଛାଇବା କାମ ଚାଲିଛି। କିନ୍ତୁ ଏଥିରେ ଜମି ମାଲିକଙ୍କ ସହମତି କିମ୍ବା ତାଙ୍କ ସହ କିଛି ଆଲୋଚନା କରାଯାଉନାହିଁ। ବରଂ ରାତାରାତି ଜମି ଭିତରେ ମାଟି ଖୋଳି ପାଇପ୍‌ ପକା ଯାଉଛି। ଠିକା କମ୍ପାନିର ଏଭଳି କାରବାରକୁ ନେଇ ଚାଷୀମାନେ ତୀବ୍ର ବିରୋଧ କରିବା ଆରମ୍ଭ କଲେଣି।

ଭୂସ୍ତରରୁ ୧୦ ଫୁଟ୍‌ ମାଟି ତଳେ ପାଇପ ବିଛାଇବା ଏବଂ କାମ ସରିବା ପରେ ପୂର୍ବଭଳି ମାଟି ଭର୍ତି କରିବା ନିୟମ ରହିଛି। ଯଦ୍ବାରା ଚାଷୀମାନେ ପୂର୍ବଭଳି ଚାଷକାମ କରିପାରିବେ। ହେଲେ ବିଭିନ୍ନ ସ୍ଥାନରେ ପାଇପ୍‌ ଉପରକୁ ଦେଖାଯାଉଛି କିମ୍ବା କମ୍‌ ଗଭୀରତାରେ ରହିଛି। ଫଳରେ ସେଠାରେ ଚାଷୀ ଆଉ ଚାଷ କାମ ବି କରିପାରିବ ନାହିଁ। ଏଭଳି ସ୍ଥିତିରେ ସଂପୃକ୍ତ ଚାଷୀଙ୍କୁ କମ୍ପାନି ପକ୍ଷରୁ କିଛି କ୍ଷତିପୂରଣ ବି ଦିଆଯାଉନାହିଁ। ଫଳରେ ବରଗଡ଼ ଜିଲ୍ଲାର ଚାଷୀଙ୍କ ଆକ୍ରୋଶ ବଢ଼ି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe