ମିଳୁନି ମନ୍‌ରେଗା ଶ୍ରମିକଙ୍କ ପ୍ରାପ୍ୟ, ଶୁଣୁନି ପ୍ରଶାସନ

Advertisment

ଡିଜିଟାଲ ସ୍ବାକ୍ଷର ଫେରାଇଲେ ଅସନ୍ତୁଷ୍ଟ ସରପଞ୍ଚ ସମୂହ

ଡିଜିଟାଲ ସ୍ବାକ୍ଷର ଫେରାଇଲେ ଅସନ୍ତୁଷ୍ଟ ସରପଞ୍ଚ ସମୂହ

ମିଳୁନି ମନ୍‌ରେଗା ଶ୍ରମିକଙ୍କ ପ୍ରାପ୍ୟ, ଶୁଣୁନି ପ୍ରଶାସନ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ମନ୍‌ରେଗା କାର୍ଯ୍ୟ କରି ଶ୍ରମିକଙ୍କୁ ପ୍ରାପ୍ୟ ମିଳୁନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶ୍ରମିକମାନେ ପଞ୍ଚାୟତକୁ ଆସି ଉତ୍ତେଜିତ ହୋଇ କଟୁ କଥା କହୁଛନ୍ତି। ରାସ୍ତାରେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଭେଟି ପ୍ରାପ୍ୟ ପ୍ରଦାନ ପାଇଁ ନିବେଦନ କରୁଛନ୍ତି। ଶ୍ରମିକଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦିଆଯାଉ ନଥିବାରୁ କୌଣସି କାମରେ ସେମାନଙ୍କୁ ନିୟୋଜିତ କରାଯାଇପାରୁ ନାହିଁ। ଯାହା ଫଳରେ ଉନ୍ନୟନ କାର୍ଯ୍ୟ ମଧ୍ୟ ଧିମେଇ ଯାଉଛି। ମନ୍‌ରେଗା କାମ ପ୍ରତି ବିଶ୍ବାସ ଉଠି ଯାଉଥିବାରୁ ଲୋକେ ବାଧ୍ୟ ହୋଇ କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।

ଚଳିତ ମାସର ୮ ଦିନ ମଧ୍ୟରେ ତିନି ଜଣ ଯୁବ ଶ୍ରମିକଙ୍କ ଜୀବନ ଯାଇଛି। ଏଭଳି ଦାଦନ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି। ତେବେ କିଛି ଦିନ ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସରପଞ୍ଚ ସମୂହ ଭେଟି ମନ୍‌ରେଗା ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବୁଧବାର ସରପଞ୍ଚ ସମୂହ କଲମପୁର ବିଡିଓଙ୍କୁ ଭେଟି ନିଜ ନିଜ ଡିଜିଟାଲ୍ ସ୍ବାକ୍ଷର ଫେରାଇ ଦେଇଛନ୍ତି। ବିଡିଓ ବିଜୟ ମାଡ଼ାଙ୍ଗୀ ଏହାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହି ଡିଜିଟାଲ ସ୍ବାକ୍ଷର ନିଜେ ନିଜେ ରଖିବାକୁ କହିଥିଲେ। ହେଲେ ସରପଞ୍ଚମାନେ ତାହା ବିଡିଓଙ୍କୁ ପ୍ରଦାନ କରି ଚାଲି ଯାଇଥିଲେ। ଏହି ଘଟଣାଟି ଆଜି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ସାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe