‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ

Advertisment

‘ମହାପ୍ରଭୁଙ୍କ ମହିମା ବଖାଣ ମଧ୍ୟ ଏକ ଅନନ୍ୟ ସେବା’

‘ମହାପ୍ରଭୁଙ୍କ ମହିମା ବଖାଣ ମଧ୍ୟ ଏକ ଅନନ୍ୟ ସେବା’

‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ

ଭୁବନେଶ୍ୱର : ପବିତ୍ର ସଂଧ୍ୟାଦର୍ଶନ ଅବସରରେ ଶୁକ୍ରବାର ଦିନ ଲୋକସଂପର୍କ ଭବନରେ ରଥଯାତ୍ରାର ମହତ୍ତ୍ୱ ଓ ବିଭିନ୍ନ ତଥ୍ୟ ସମ୍ବଳିତ ପୁସ୍ତକ ‘ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମହୋତ୍ସବ’ ଲୋକାର୍ପିତ ହୋଇଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଲେନିନ୍‌ ମହାନ୍ତି ପୁସ୍ତକକୁ ଲୋକାର୍ପଣ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବଖାଣ ମଧ୍ୟ ଗୋଟିଏ ଅନନ୍ୟ ସେବା ଓ ପୁସ୍ତକର ସଂପାଦକବୃନ୍ଦ ଏଥିପାଇଁ ପ୍ରଶଂସନୀୟ ବୋଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟ‌‌ରେ କହିଥିଲେ।

ଶ୍ରୀଗୁଣ୍ଡିଚା ଯାତ୍ରାର ବିଭିନ୍ନ ବିଭବ ନେଇ ୨୬ଜଣ ବୁଦ୍ଧିଜୀବୀ ଓ ଗବେଷକଙ୍କ ଉପାଦେୟ ଆଲେଖ୍ୟରେ ସମୃଦ୍ଧ ଏହି ପୁସ୍ତକଟି ବିଶିଷ୍ଟ ଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ର, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଶାନ୍ତ ଦାଶ ଓ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅଭୟ ଚରଣ ରାଉତଙ୍କ ଦ୍ୱାରା ସଂପାଦିତ ହୋଇଛି। ଶ୍ରୀ ପୁରୁଷୋତ୍ତମ ସଦ୍‌ଗ୍ରନ୍ଥାଳୟ ପ୍ରକାଶିତ ୩୮୬ ପୃଷ୍ଠାର ଏହି ପୁସ୍ତକର ପ୍ରଥମ ଖଣ୍ଡ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଧିଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ସମର୍ପିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe