ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୁବ ଆଇଏଏସ୍‌ 

Advertisment
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୁବ ଆଇଏଏସ୍‌ 

ଗାଇସିଲାଟ୍‌: ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ୍‌କୁ ଜନଶୁଣାଣି ଶିବିରରେ ଯୋଗ ଦେବାକୁ ଯାଉଥିବାବେଳେ ଯୁବ ଆଇଏଏସ୍ ତଥା ବରଗଡ଼ ପିଡି ଆଦିତ୍ୟ ଗୋଏଲ୍ କାର୍‌ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପିଡି ଶ୍ରୀ ଗୋଏଲ୍ ଓ ଡ୍ରାଇଭର଼୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଡ଼ିଟି ଗାଇସିଲାଟ ବ୍ଲକ୍‌ ଭେଲୁଆପଦର ଅଙ୍ଗ ନଦୀ ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାତ୍ର ଗାଡ଼ିରେ ବସିଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ଯୁବ ଆଇଏଏସ୍ ଶ୍ରୀ ଗୋଏଲ କାମକୁ ପ୍ରାଧାନ୍ୟ ଦେଇ ଜନଶୁଣାଣି ଶିବିରରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe