ଫେସ୍‌ବୁକ୍‌ ହ୍ୟାକ୍‌ ନେଇ ସାଇବର୍‌ ଥାନା ପହଞ୍ଚିଲେ ଯୁବକ

Advertisment

ଥାନାରେ ହଇରାଣ କରାଯାଇଥିବା ନେଇ କଲେ ଟ୍ବିଟ୍

ଥାନାରେ ହଇରାଣ କରାଯାଇଥିବା ନେଇ କଲେ ଟ୍ବିଟ୍

ଫେସ୍‌ବୁକ୍‌ ହ୍ୟାକ୍‌ ନେଇ ସାଇବର୍‌ ଥାନା ପହଞ୍ଚିଲେ ଯୁବକ

Kalinga TV

ସମ୍ବଲପୁର: ସମ୍ବଲପୁର ଅଞ୍ଚଳର ଏସ୍‌ ଅଗ୍ରଵାଲ୍‌ନାମକ ଜଣେ ଯୁବକଙ୍କ  ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ କରିବାକୁ ସେ ଶନିବାର ସମ୍ବଲପୁର ସାଇବର୍‌ ଥାନାକୁ ଯାଇଥିବା କହିଛନ୍ତି। ଶନିବାର ସନ୍ଧ୍ୟା ୫ଟା ସମୟରେ ସେ ସାଇବର୍‌ ଥାନାରେ ପହଞ୍ଚି ତାଙ୍କ ଅଭିଯୋଗ ବିଷୟରେ ଜଣାଇବା ବେଳେ ତାଙ୍କୁ ହଇରାଣ କରାଯାଇଥିବା ସେ ଟ୍ବିଟ୍‌ କରି ଅଭିଯୋଗ କରିଛନ୍ତି। ପିଏମ୍‌ଓ ଇଣ୍ଡିଆ, ଅମିତ ଶାହା, ନରେନ୍ଦ୍ର ମୋଦୀ ଓ ଓଡ଼ିଶା ପୁଲିସକୁ ଟ୍ୟାଗ୍‌ କରି ଶନିବାର ସନ୍ଧ୍ୟା ୬ଟା ସମୟରେ ଟ୍ବିଟ୍‌ କରିଥିଲେ। ଫେସ୍‌ବୁକ ଆପ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ କରିବାକୁ ସାଇବର୍‌ ଥାନା ଯାଇଥିବା ବେଳେ ତାଙ୍କୁ ହଇରାଣ କରାଯାଇଥିବା ସେ ଉକ୍ତ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ତାଙ୍କ ମୋବାଇଲ୍‌ ଫୋନ୍‌କୁ ନେଇ ତାଙ୍କ ବ୍ୟକ୍ତିଗତ ତଥ୍ୟ ଦେଖିବାକୁ ପ୍ରୟାସ କରିଥିବା ସେ ଉକ୍ତ ଟ୍ବିଟ୍‌ରେ ଉଲ୍ଲେଖ କରିବା ସହ ଭୂତ ଅପେକ୍ଷା ଏବେ ପୁଲିସକୁ ଅଧିକ ଭୟ ଲାଗୁଛି ବୋଲି ଲେଖିଥିଲେ।

ଅନ୍ୟପଟେ ଯୁବକ ଜଣକ ଅଭିଯୋଗ କରିବାକୁ ଆସିଥିବା କଥା ସମ୍ବଲପୁର ସାଇବର୍‌ ଥାନାଧିକାରୀ ପଦ୍ମାସିନୀ ମେହେର ସ୍ବୀକାର କରିଥିବା ବେଳେ କୌଣସି ପ୍ରକାର ହଇରାଣ କରାଯାଇଥିବା କଥାକୁ ଖଣ୍ଡନ କରିଛନ୍ତି। ତେବେ ଯାଞ୍ଚ ପାଇଁ ତାଙ୍କ ମୋବାଇଲ୍‌ ମଗାଯାଇଥିବା ବେଳେ ସେ ପ୍ରଥମେ ମନା କରିଥିଲେ। ତାପରେ ଯୁବକ ଜଣକ ମୋବାଇଲ୍‌ ଦେବାରୁ ତାଙ୍କ ଗୁଗୁଲ୍‌ ହିଷ୍ଟ୍ରିରେ ‘ହାଓ ଟୁ ହ୍ୟାକ୍‌ ଅଦର୍‌ ମୋବାଇଲ୍‌, ଫେସ୍‌ବୁକ୍‌’ ସର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା। ୟୁଟ୍ୟୁବ୍‌ରେ ମଧ୍ୟ ସେ ‘ହାଓ ଟୁ ହ୍ୟାକ୍‌’ ସର୍ଚ୍ଚ କରିଥିବା ପୁଲିସ କହିଥିଲା। ତେବେ ଯୁବକଙ୍କ କହିବା ଅନୁଯାୟୀ ତାଙ୍କ ଫେସ୍‌ବୁକ ହ୍ୟାକ ହୋଇଥିଲା। ତେବେ ଯାଞ୍ଚ ପାଇଁ ତାଙ୍କୁ ମୋବାଇଲ୍‌ ମଗାଯାଇଥିବା ବେେଳ ସେ ଦେବାକୁ ମନା କରିଦେଇଥିବା ପୁଲିସ ପକ୍ଷରୁ କହାଯାଇଛି। ପରେ ସେ ମାଆଙ୍କ ସହ କଥା ହେବି କହି ଥାନାରୁ ଚାଲି ଆସିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe