ଶ୍ରୀମନ୍ଦିର ଉପରକୁ ଚଢ଼ି ଧରାପଡ଼ିଲେ ଯୁବକ

ପତିତଙ୍କୁ ଦିଶିବେନି ପତିତପାବନ

ପୁରୀ : ଶ୍ରୀମନ୍ଦିର ଉପରକୁ ଚଢ଼ିଯାଉଥିବା ବେଳେ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ସେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ଶ୍ରୀମନ୍ଦିରରେ କିପରି ପ୍ରବେଶ କଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖବର ନେବାରେ ଜଣାପଡ଼ିଛି ଯେ ଗତକାଲି ଅପରାହ୍ନରେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ଅନ୍ତର୍ଗତ ସୁତି ଥାନାର ଜାଗୀପୁରର ରହମାନ ଖାନ(୨୫) ସିଂହଦ୍ବାର ଦେଇ ପ୍ରବେଶ କରିଥିଲେ। ଏହାପରେ ସମସ୍ତଙ୍କ ନଜର ଆଢ଼ୁଆଳରେ ସେ ବେହେରଣ ଦ୍ବାର ପାଖ ଦକ୍ଷିଣିଘର ଉପରକୁ ଲୁହା ପାଇପ୍‌ ଦେଇ ଚଢ଼ିଯାଇଥିଲେ। ଲୋକମାନେ ଏହାଦେଖି ପାଟି କରିବାରୁ ପୁଲିସ ତାକୁ ଧରିଥିଲେ। ଏ ସଂକ୍ରାନ୍ତରେ ସିଂହଦ୍ବାର ଥାନା ପୁଲିସ ୨୯/୨୩ ନମ୍ବର ମାମଲା ରୁଜୁ ସହିତ ରହମାନ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅନ୍ୟପକ୍ଷରେ, ଶହଶହ ପୁଲିସ, ସୁରକ୍ଷାକର୍ମୀ ଆଦି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନିୟୋଜିତ ହୋଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଭଳି ସ୍ଥିତିରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ କିପରି ଶ୍ରୀମନ୍ଦିର ଭିତରେକୁ ପ୍ରବେଶ କଲେ ଓ ଲୋକମାନଙ୍କ ଉପସ୍ଥିତିରେ କିପରି ଦକ୍ଷିଣିଘର ଉପରକୁ ଚଢ଼ିଯିବାକୁ ସାହସ କଲେ, ସେ ନେଇ ସନ୍ଦେହ ସୃଷ୍ଟିହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe