ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସାନ ମହେଶ୍ବର ପଞ୍ଚାୟତ ଦେଓବାହାଲ ଗ୍ରାମର ନରେନ୍ଦ୍ର ରାଉତ (୪୫) ଜଙ୍ଗଲକୁ ଯାଇଥିବା ବେଳେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୭ ତାରିଖ ଦିନ ଗ୍ରାମର ୫ ଜଣଙ୍କ ସହ ନରେନ୍ଦ୍ର ରାଉତ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଲୁଚାଇବା ପାଇଁ ସାଙ୍ଗରେ ଯାଇଥିବା ପାଞ୍ଚ ଜଣ ବ୍ୟକ୍ତି ପ୍ରମାଣ ନଷ୍ଟ ପାଇଁ ନରେନ୍ଦ୍ରଙ୍କ ମୃତଦେହକୁ ସୁନାମୁଦି ଜଙ୍ଗଲର ଏକ ନଳାରେ ଫିଙ୍ଗି ଦେଇଥିଲେ।

ନରେନ୍ଦ୍ର ନିଖୋଜ ହୋଇଥିବା ନେଇ ଶନିବାର ଦିନ ଖଡ଼ିଆଳ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ନାଳରୁ ମୃତଦେହ ଉଦ୍ଧାର କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇଆଇସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe