ପୋଖରୀରେ ବୁଡ଼ି ଯୁବକ ମୃତ

Advertisment
ପୋଖରୀରେ ବୁଡ଼ି ଯୁବକ ମୃତ

Times of India

ଯୋଡ଼ା : ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ଏକ ପୋଖରୀରେ ଆଜି ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଲେ ବାବୁଲୁ ମୁଣ୍ଡା(୩୫)। ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାବଲୁ ମୁଣ୍ଡା ନିକଟସ୍ଥ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲା।

ସେଠାରେ କୌଣସି କାରଣରୁ ବୁଡ଼ି ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ପାଣିରୁ ମୃତ ଦେହ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏ ନେଇ କେସ୍ ନଂ ୮/୨୦୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe