ପାଣିରେ ବୁଡ଼ି ଯୁବକ ମୃତ

Advertisment
ପାଣିରେ ବୁଡ଼ି ଯୁବକ ମୃତ

Global Underwater Explorers

କଣ୍ଟାମାଳ: କଣ୍ଟାମାଳ ବ୍ଲକ ପଲଶ‌ାଗୋରା ପଞ୍ଚାୟତ ଡେଙ୍ଗପଦର ଗାଁରେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଡେଙ୍ଗପଦର ଗାଁର କପିଳ ସାହୁଙ୍କ ପୁଅ ଲକ୍ଷ୍ମଣ ସାହୁ(୨୫ବର୍ଷ) ଶୌଚ ପାଇଁ ବୁଧବାର ସକାଳୁ ନିକଟସ୍ଥ ନାଳକୁ ଯାଇଥିଲେ।

ତାଙ୍କର ଦୃଷ୍ଟିଶକ୍ତି କମ୍ ଥିବାରୁ ଶୌଚ ପାଇଁ ଯାଇଥିବା ସମୟରେ ନାଳରେ ଗୋଡ଼ ଖସି ପଡ଼ି ବୁଡ଼ି ଯାଇଥିଲେ। ପରେ କିଛି ଲୋକଙ୍କ ଠାରୁ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳକୁ ଆସି ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe