The New Indian Express
ହାଟଡିହି: ବୈତରଣୀ ନଦୀର ଗିରିଗାଁ ଘାଟରେ ଆଜି ସକାଳୁ ସକାଳୁ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଭଦ୍ରକ ବାଙ୍କତିରା ଗ୍ରାମର ଗୁରିଆ ଦାସ, ଗୁମନ ଦାସ ଓ ଅନ୍ୟଜଣେ ବ୍ୟକ୍ତି ଗିରିଗାଁ ଘାଟରେ ନଦୀପାର ହୋଇ ବାଲିବରୁଆଁ ଯାଉଥିଲେ। ସେମାନେ ନଦୀର ଅପରପଟେ ପହଞ୍ଚିବାକୁ ଅଳ୍ପ କିଛିବାଟ ବାକିଥିବାବେଳେ ଗୁରିଆ ଦାସ(୧୮) ନଦୀରେ ବୁଡିଯାଇଥିଲେ। ସେଠାରେ ବାଲି ଉତ୍ତୋଳନ ଯୋଗୁଁ ଗଣ୍ଡ ସଦୃଶ ଖାଲ ହୋଇଯାଇଥିବାରୁ କେହି ସେଠାକୁ ଯିବାକୁ ଉଚିତ ମଣି ନଥିଲେ। ଗୁରିଆ ବୁଡ଼ିଯିବାରୁ ଅନ୍ୟ ଦୁଇଜଣ ପାଟି କରି ଡାକପକାଇବାରୁ ପାଖ ଆଖରେ ଥିବା ଲୋକମାନେ ଆସି ଖୋଜାଖେଜି କରିଥିଲେ ବି ତାର ସନ୍ଧାନ ପାଇପାରି ନଥିଲେ। ପରେ ଘସିପୁରା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ବି ଗୁରିଆକୁ ଉଦ୍ଧାର କରାଯାଇ ପାରି ନାହିଁ।
Follow Us