ପର୍ସ ଫେରାଇଲେ ଯୁବକ

ପର୍ସ ଫେରାଇଲେ ଯୁବକ

ବଡ଼ଚଣା: ଚଣ୍ତିଖୋଲ ନିକଟସ୍ଥ ନିଶିମଳା ଗ୍ରାମର ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ସ୍ବାଇଁ ଏକ ମନିପର୍ସ ପାଇଥିଲେ। ଏଥିରେ ଆଧାରକାର୍ଡ, ଏଟିଏମ କାର୍ଡ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ଓ ୨୫ ଶହ ଟଙ୍କା ଥିଲା। ଆଧାରକାର୍ଡରୁ ଏହା ଚଣ୍ତିଖୋଲ ନିକଟସ୍ଥ କଣ୍ଟିଗଡ଼ିଆ ଗ୍ରାମର ସୁବାଶିଷ ପରମାଣିକଙ୍କର ବୋଲି ଜଣାପଡ଼ିଥିଲା।

ଏହାପରେ ଶ୍ରୀ ସ୍ବାଇଁ ଯୋଗାଯୋଗ କରି ଆଜି ଚଣ୍ତିଖୋଲ ଠାରେ ସୁବାଶିଷଙ୍କୁ ତାଙ୍କ ପନିପର୍ସ ଫେରାଇଥିଲେ। ଚଣ୍ତିଖୋଲ ପ୍ରେସ୍‌ କ୍ଲବ୍ ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ସମ୍ପାଦକ ଦିଲୀପ କୁମାର ମହାନ୍ତି, ସାମ୍ବାଦିକ ସଂଜୟ କୁମାର ସ୍ବାଇଁ, ଶିବରାମ ସାହୁ, ପ୍ରସନ୍ନ କୁମାର ବିଶ୍ବାଳ ଓ ମୋହନ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe