ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ଯୁବକ ଗିରଫ

ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍‌

ଅନୁଗୁଳ: ଦିନରେ ଟିଫିନ ଦୋକାନ, ଭୋର ବେଳାରେ ଛିନତାଇ। ଏମିତି ଜଣେ ଅଭିଯୁକ୍ତଙ୍କୁ ଆଜି ବାନ୍ଧିଛି ଅନୁଗୁଳ ଟାଉନ ଥାନା ପୁଲିସ। ତାଙ୍କ ନାଁ ହେଲା ଶ୍ରୀନିବାସ ଖଣ୍ଡୁଆଳ(୪୭)। ଘର ଗଂଜାମ ଜିଲ୍ଲାରେ। ଅନୁଗୁଳ ଏବଂ ତାଳଚେରରୁ ଦୁଇ ଦୁଇଟା ଛିନତାଇ ଘଟଣାରେ ଶ୍ରୀନିବାସର ସମ୍ପୃକ୍ତି ଅଛି ବୋଲି ପୁଲିସ ଛାନ ଭିନରୁ ସ୍ପଷ୍ଟ ହୋଇଛି। ପୁଲିସର କହିବା ମୁତାବକ, ଶ୍ରୀନିବାସ ମାଟିଆସାହିରେ ଭଡା ଘର ନେଇ ରହୁଥିଲେ। ଅନୁଗୁଳ ଡିଆଇସି ଛକରେ ଜଳଖିଆ ଦୋକାନ ଦେଇଛନ୍ତି।

ଗତ ଜୁଲାଇ ଛଅ ତାରିଖ ଦିନ ଗୀତାଗ୍ରାମର ଭାରତୀ ନାଥ ନାମକ ଜଣେ ମହିଳା ଭୋର ସମୟରେ ଗଛରୁ ଫୁଲ ତୋଳୁଥିବା ସମୟରେ ଶ୍ରୀନିବାସ ତାଙ୍କ ବେକରୁ ୧୫ଗ୍ରାମର ଏକ ସୁନାଚେନ ଛିଣ୍ଡାଇ ପଳାଇଥିଲା। ଏନେଇ ଭାରତୀ ଅନୁଗୁଳ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶ୍ରୀନିବାସଙ୍କୁ ଗିରଫ କରିଛି। ତାଳଚେରର ଅନ୍ୟ ଏକ ଛିନତାଇ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe