କ୍ରସରରେ ଦାଦାବଟି ମାଗି ଯୁବକ ଗିରଫ

Advertisment
ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ଧର୍ମଶାଳା/ଚଢ଼େଇଧରା: ଜେନାପୁର ଥାନା ଅନ୍ତର୍ଗତ ରାହାଡ଼ପୁର ପାହାଡ଼ ନିକଟରେ ଥିବା ଏକ କ୍ରସର୍‌ରେ ଦାଦାବଟି ମାଗିବା ଅଭିଯୋଗରେ ପୁଲିସ୍‌ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ଥାନୀୟ ରମ୍ପେଇ ଗ୍ରାମର ଅନ୍ତର୍ଯ୍ୟାମୀ ସାହୁକୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ରାହାଡ଼ପୁର ପାହାଡ଼ ନିକଟରେ ଥିବା ପାଖର ଗ୍ରାମର ଅକ୍ଷୟ କୁମାର ପରିଡ଼ାଙ୍କ କ୍ରସର୍‌କୁ ଧର୍ମଶାଳା ତହସିଲ ପକ୍ଷରୁ କିଛିଦିନ ହେଲା ସିଲ୍ କରାଯାଇଛି। କ୍ରସର ବନ୍ଦ ରହିଥିବା ସତ୍ତ୍ବେ ରମ୍ପେଇ ଗ୍ରାମର ଅନ୍ତର୍ଯ୍ୟାମୀ ତାଙ୍କୁ ଦାଦାବଟି ମାଗିଥିଲା। ହେଲେ କ୍ରସର୍‌ ବନ୍ଦ ଥିବାରୁ ସେ ଦାଦାବଟି ଦେବାକୁ ମନା କରିଦେବାରୁ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିଥିଲା। ଏସଂପର୍କରେ ଶ୍ରୀ ପରିଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ୍‌ ୧୩୧/୨୨ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଗତକାଲି ରାତିରେ ଅଭିଯୁକ୍ତ ଅନ୍ତର୍ଯ୍ୟାମୀକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe