ଇନ୍‌ଷ୍ଟାରେ ଅଶ୍ଳୀଳ ଫଟୋ ପୋଷ୍ଟ କରି ଯୁବକ ଗିରଫ

ଇନ୍‌ଷ୍ଟାରେ ଅଶ୍ଳୀଳ ଫଟୋ ପୋଷ୍ଟ କରି ଯୁବକ ଗିରଫ

Backstage

ବ୍ରଜରାଜନଗର: ଗତବର୍ଷ ବ୍ରଜରାଜନଗରର ଜଣେ ନାବାଳିକାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଏକତରଫା ଭଲ ପାଇ ବାରମ୍ବାର ନାବାଳିକାଙ୍କ ଅନିଚ୍ଛା ସତ୍ତ୍ବେ ମେସେଜ କରିଥିଲା। ତେବେ ଏହି ଘଟଣା ଉକ୍ତ ନାବାଳିକାଙ୍କ ଭାଇ ନଜରକୁ ଆସିବା ପରେ ସେ ସଂପୃକ୍ତ ଯୁବକକୁ ବାରଣ କରିଥିଲେ। ମାତ୍ର ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣ ଭାଇ-ଭଉଣୀଙ୍କ ଫଟୋକୁ ଏଡିଟ୍‌ କରି ଭିନ୍ନ ଭିନ୍ନ ଅଶ୍ଳୀଳ ଢଙ୍ଗରେ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିଲା।

ଏଭଳି ଘଟଣାକୁ ନେଇ ଗତ ୪.୪.୨୦୨୧ରେ ନାବାଳିକାଙ୍କ ଭାଇ ବ୍ରଜରାଜନଗର ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ମଙ୍ଗଳବାର ଅଭିଯୁକ୍ତ ଅଭିଳାଷ ତାଣ୍ଡି (୧୯)କୁ ପୁଲିସ୍‌ ବରଗଡ଼ ପାଣ୍ଡୁଟିକିରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଳାଷର ମୋବାଇଲ୍‌ ଓ ସିମ୍‌କାର୍ଡ ଜବତ କରାଯାଇଥିବା ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe