The Guardian Nigeria
ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନାଁରେ ପୋଷ୍ଟର ଲଗାଇ ଜଣେ ଯୁବକ ଗିରଫ ହୋଇଛି। ଅଭିଯୁକ୍ତ ଭବାନୀପୁର ପଞ୍ଚାୟତ ମଣିନାଥପୁର ଗ୍ରାମର ସରୋଜ କୁମାର ସର। ତାକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।
ସରୋଜ ସଂପୃକ୍ତ ଯୁବତୀଙ୍କୁ ଏକପାଖିଆ ପ୍ରେମ କରୁଥିଲା। ଯୁବତୀ ରାଜି ନହେବାରୁ ତାଙ୍କ ନାଁରେ ଆପତ୍ତିଜନକ ଲେଖା ଛପାଇ ଗାଁର ଏକାଧିକ ସ୍ଥାନରେ ପୋଷ୍ଟର ଲଗାଇ ଦେଇଥିଲା। ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଥିଲା। ଆପୋସ ସମାଧାନ ଉଦ୍ୟମ ବିଫଳ ହେବାରୁ ଆଜି ତାକୁ ଗିରଫ କରାଯାଇଛି।
Follow Us