ମହିଳାଙ୍କୁ ଅସଦାଚରଣ କରି ଛେଚା ଖାଇଲା ଯୁବକ

Advertisment
ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୩ ଗୁରୁତର

Sambad English

ରିଆମାଳ : ରିଆମାଳ ଥାନା ଧରମପୁର ଗ୍ରାମର ଜଣେ ବିବାହିତା ମହିଳାଙ୍କ ଅସଦାଚରଣ କରିବାରୁ ମହିଳାଙ୍କ ପରିବାର ଲୋକ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି। ତେବେ ଏନେଇ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଧରମପୁର ଗ୍ରାମରେ ଗତ ୧୧ ତାରିଖ ଦିନ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଗ୍ରାମର ସ୍ବାମୀ ସୌଭାଗ୍ୟ ପ୍ରଧାନ ଓ ସିଲି ପ୍ରଧାନ ମେଲୋଡି ଦେଖି ରାତି ୧୨ଟାରେ ଘରକୁ ଫେରିଥିଲେ। ଘରକୁ ପ୍ରବେଶ କରିବା ସମୟରେ ଗ୍ରାମର ମନୋଜ ସାହୁ ସିଲିଙ୍କୁ ଟଣାଓଟରା କରିବା ସହ ମୁଥ ମାରିଥିବା କୁହାଯାଉଛି। ସ୍ବାମୀ ସୌଭାଗ୍ୟ ବାରଣ କରିବାକୁ ମନୋଜ ଏକ ଟାଙ୍ଗିଆ ଆଣି ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଫଳରେ ସୌଭାଗ୍ୟଙ୍କ ହାତରେ ଆଘାତ ଲାଗିଛି। ଏହା ପରେ ସୌଭାଗ୍ୟଙ୍କ ପରିବାର ଲୋକ ମନୋଜଙ୍କୁ ମାଡ଼ ମାରିଥିବା କୁହାଯାଉଛି। ପରଦିନ ସିଲି ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ବି ଅନେକ ଥର ମନୋଜ ସିଲିଙ୍କୁ ନାନା କମେଣ୍ଟ କରୁଥିବା ଅଭିଯୋଗ ହୋଇଛି। ସେହିପରି ମନୋଜଙ୍କ ମା’ କନକ ମଧ୍ୟ ତାଙ୍କ ପୁଅକୁ ସିଲି, ତାଙ୍କ ସ୍ବାମୀ ସୌଭାଗ୍ୟ, ଶ୍ବଶୁର ଦେବାର ଓ ଶାଶୂ ସୈରେନ୍ଦ୍ରୀ ନାମରେ ଅଭ‌ିଯୋଗ କରିଛନ୍ତି। ତାଙ୍କୁ ବି ଧକ୍କା ଦେଇଥିବା ଉଲ୍ଲେଖ କରିଛନ୍ତି। ଏ ନେଇ ପୁଲିସ ଉପୟ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe