ମାଟି ଅତଡ଼ା ଖସି ପୋତିହୋଇଗଲେ ଯୁବକ

Advertisment
ମାଟି ଅତଡ଼ା ଖସି ପୋତିହୋଇଗଲେ ଯୁବକ

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ପାଇପଲାଇନ୍ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ଏକ ଘରୋଇ କମ୍ପାନିର ଜଣେ ଶ୍ରମିକ ପୋତି ହୋଇଯାଇଥିଲେ। ଏକଘଣ୍ଟା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।

ପ୍ରାପ୍ତ ସୂଚନା ଅନୁସା‌ରେ, ଅପରାହ୍ନ ପ୍ରାୟ ୫.୪୫ ସମୟରେ କଇନିପୁରା ପାର୍ଶ୍ବରେ କେତେଜଣ ଶ୍ରମିକ ପାଇପ୍‌ ଲାଇନ୍‌ କାମ କରୁଥିଲେ। ଏହି ସମୟରେ ହଠାତ୍ ମାଟି ଅତଡ଼ା ଖସି ପଡ଼ିଥିଲା। ଫଳରେ ପଶ୍ଚିମବଙ୍ଗର ଅଝମତ ଅଲ୍ଲୀ (୩୫) ନାମକ ଜଣେ ଶ୍ରମିକ ପୋତି ‌ହୋଇ ଯାଇଥିଲେ। ତାଙ୍କ ବେକ ପର୍ଯ୍ୟନ୍ତ ପୋତି ହୋଇଯାଇଥିଲା। ବାହାରକୁ କେବଳ ମୁଣ୍ଡ ଦେଖା ଯାଉଥିଲା। ଖବର ପାଇ ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ‌ହୋଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇନଥିଲେ।

ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ଅଝମତ୍‌କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅଝମତ୍ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ପାଇପ୍‌ଲାଇନ୍‌ କାମ କରୁଥିବା କମ୍ପାନି ବିଭିନ୍ନ ସ୍ଥାନରେ ଖାଲ ଖୋଳିଛି। ‌ଖାଲ ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ଥିବାରୁ ସେଥିରେ ଗାଈଗୋରୁ ଏବଂ ସାଧାରଣ ଲୋକ ପଡ଼ି ଗୁରୁତର ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe