ଜମିରେ ହଳ କରାଉଥିବା ବେଳେ ଟ୍ରାକ୍ଟର ଓଲଟି ଯୁବକ ମୃତ

Advertisment
ଜମିରେ ହଳ କରାଉଥିବା ବେଳେ ଟ୍ରାକ୍ଟର ଓଲଟି ଯୁବକ ମୃତ

ଧର୍ମଶାଳା : ଜମିରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଧର୍ମଶାଳା ଥାନା ପାଖର ପଞ୍ଚାୟତ ବାଜବାଟି ଗ୍ରାମର ରଞ୍ଜନ କୁମାର ଦାସ(୩୫)। ମଙ୍ଗଳବାର ଅପରାହ୍‌ଣରେ ରଞ୍ଜନ ଘର ନିକଟ ନିଜ ଜମିରେ ଏକ ଟ୍ରାକ୍ଟରରେ ହଳ କରାଉଥିଲେ। କାଦୁଅରେ ଟ୍ରାକ୍ଟରଟି ଦବି ଯାଇଥିଲା। ଉଠାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗାଡ଼ି ଓଲଟି ପଡିଥିଲା। ସେଠାରେ ଥିବା ରଞ୍ଜନ ଟ୍ରାକ୍ଟର ତଳେ ଚାପିହୋଇ ରହି ଯାଇଥିଲେ।

ଖବର ପାଇ ଧର୍ମଶାଳା ଅଗ୍ନିଶମ ବାହିନୀ ପହ‌ଞ୍ଚି ରଞ୍ଜନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ବୁଧବାର ଦିନ ବଡ଼ଚଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe