ବଣଭୋଜି କରିବାକୁ ଯାଇ ଯୁବକ ନିଖୋଜ

Advertisment
ବଣଭୋଜି କରିବାକୁ ଯାଇ ଯୁବକ ନିଖୋଜ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଦେବଝରଣକୁ ରବିବାର ପରିବାର ଓ ସଂପର୍କୀୟଙ୍କ ସହିତ ବଣଭୋଜି କରିବାକୁ ଆସିଥିବା ଜଣେ ଯୁବକ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣକ ହେଲେ କ୍ଷେତରାଜପୁର ଥାନା ଦଲଦଲିପଡ଼ାର ବିଶ୍ବାମିତ୍ର ବିଭାର (୪୩)। ପୁଲିସ ସୂଚନା ଅନୁଯାୟୀ ବିଶ୍ବମିତ୍ର ତାଙ୍କ ପରିବାର ସଦସ୍ୟ ଓ ପଡ଼ୋଶୀଙ୍କ ସମେତ ୧୫ ଜଣ ଦେବଝରଣକୁ ବଣଭୋଜି କରିବାକୁ ଆସିଥିଲେ। ଖିଆପିଆ ସାରିବା ପରେ ସମସ୍ତେ ଝରଣା ଓ ଜଙ୍ଗଲକୁ ବୁଲିବାକୁ ପାଇଥିଲେ। ସନ୍ଧ୍ୟାରେ ସମସ୍ତେ ଫେରିଥିବା ବେଳେ ବିଶ୍ବାମିତ୍ର ଫେରି ନଥିଲେ। ପରିବାର ଲୋକ ରବିବାର ରାତି ଓ ସୋମବାର ସକାଳେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନଥିଲେ।

ସବୁଆଡ଼ୁ ନିରାଶ ହେବା ପରେ ପରିବାର ଲୋକ ଯୁଯୁମୁରା ଥାନାରେ ଏକ ନିଖୋଜ ଅଭିଯୋଗ ଦେଇଥିଲେ। ପୁଲିସ କେସ୍‌ ନମ୍ବର ୧/୨୧ରେ ଏକ ମାମଲା ରୁଜୁ କରି ବିଶ୍ବାମିତ୍ରଙ୍କୁ ଖୋଜାଖୋଜି କରିଥିଲା। ‌ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳନାହିଁ। କିଛି ଦିନ ତଳେ କୌଣସି କାରଣରୁ ସେ ଆହତ ହୋଇଥିଲେ। ବଣଭୋଜିକୁ ଯିବାବେଳେ ତାଙ୍କ ଡାହାଣ ହାତ ପ୍ଲାଷ୍ଟର୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe