Image Courtesy of India Today
କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଦଣ୍ଡାବୁଡା ଗାଁର ଚୂଡ଼ାମଣି ପଟେଲ(୫୦)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ସେ ସୋମବାର ଅପରାହ୍ଣରେ ପଦ୍ମଫୁଲ ତୋଳିବାକୁ ସୋଢାମାଳ ପଞ୍ଚାୟତ ସୁନାଝରୀଆ ଗାଁ ପୋଖରୀକୁ ଯାଇ ଆଉ ଫେରି ନ ଥିଲେ। ଖୋଜାଖୋଜି ପରେ ବି ନ ପାଇବାରୁ ପରିବାର ଲୋକେ ମଙ୍ଗଳବାର କୋଲାବିରା ଥାନାରେ ଜଣାଇଥିଲେ। ଅନ୍ୟ ପଟେ ମଙ୍ଗଳବାର ସକାଳୁ ଏକ ସାଇକଲ ସହ ଲୁଗାପଟା ପୋଖରୀ ହୁଡାରେ ରହିଥିବା ଦେଖି ପୋଖରୀରେ କେହି ବୁଡ଼ି ଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ କୋଲାବିରା ପୁଲିସକୁ ଖବର ଦେଇଥିଲେ।
କୋଲାବିରା ପୁଲିସ ମଙ୍ଗଳବାର ଅପରାହ୍ଣରେ ଉକ୍ତ ପୋଖରୀରେ ପହଞ୍ଚି ଖୋଜାଖୋଜି କରିବା ପରେ ବି ଶବ ମିଳି ନଥିଲା। ବୁଧବାର ସକାଳେ ପୋଖରୀରେ ଶବ ଭାସୁଥିବା ଖବର ପାଇ କୋଲାବିରା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଛି। ଶବଟି ଚୂଡ଼ାମଣିଙ୍କ ବୋଲି ଜାଣିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଡାକ୍ତରଖାନାକୁ ପଠାଇଥିଲା।
Follow Us