ବେକରେ ସାପ ଗୁଡ଼ାଇ ଡାକ୍ତରଖାନା ଗଲା ଯୁବକ

Advertisment
ବେକରେ ସାପ ଗୁଡ଼ାଇ ଡାକ୍ତରଖାନା ଗଲା ଯୁବକ

ପଦ୍ମପୁର : ଗୋଖର ସାପ କାମୁଡ଼ିବା ପରେ ଜଣେ ଯୁବକ ସାପକୁ ବେକରେ ପକାଇ ଗାଁ ବୁଲିବା ଏବଂ ପରେ ଡାକ୍ତରଖାନା ଯିବା ଘଟଣା କେନ୍ଦୁଝର ସଦର ବ୍ଲକ୍‌ ଗୋବର୍ଦ୍ଧନ ପଞ୍ଚାୟତ କଲୋନିସାହିରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ସାହିର ସଞ୍ଜୟ ମୁଣ୍ତା (୧୯) ଘରେ ଶୋଇଥିବା ବ‌େଳେ ଏକ ଗୋଖର ସାପ ତାଙ୍କୁ କାମୁଡ଼ିଥିଲା। ସଞ୍ଜୟ ନିଦରୁ ଉଠି ସାପଟିକୁ କାବୁ କରି ନେଇଥିଲେ। ତାକୁ ବେକରେ ପକାଇ ଗାଁ ସାରା ବୁଲିଥିଲେ।

ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଗ‌ାଁରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ନେବା ସମୟରେ ମଧ୍ୟ ଯୁବକ ଜଣଙ୍କ ସାପଟିକୁ ଛାଡ଼ି ନଥିଲା। ସାପକୁ ଧରି ଡାକ୍ତରଖାନା ଯିବ ବୋଲି ଅଡ଼ି ବସିଥିଲା। ଶେଷରେ ତାହା ହିଁ ହେଲା। ସାପକୁ ବେକର ଗୁଡ଼ାଇ ଯୁବକ ଜଣଙ୍କ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe