କାମ୍ବୋଡ଼ିଆରେ ଅଟକ ଥିବା ଓଡ଼ିଆ ଯୁବକ ଫେରିଲେ

Advertisment
କାମ୍ବୋଡ଼ିଆରେ ଅଟକ ଥିବା ଓଡ଼ିଆ ଯୁବକ ଫେରିଲେ

ଗୋଳନ୍ଥରା: କାମ୍ବୋଡ଼ିଆରେ ଫସିଥିବା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ବନାଥପୁର ଗ୍ରାମର ଯୁବକ ଦୀନବନ୍ଧୁ ସାହୁ ଶେଷରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। କମ୍ପ୍ୟୁଟର୍ ଅପରେଟର୍ ଭାବେ ଚାକିରି କରିବା ଆଶାରେ ସେ କାମ୍ବୋଡ଼ିଆ ଯାଇ ସେଠା‌ରେ ନିର୍ଯାତିତ ହୋଇଥିଲେ। ଏ ନେଇ ଖବର ପ୍ରଚାରିତ ହେବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ ଜୟ ଶଙ୍କରଙ୍କୁ ଚିଠି ମାଧ୍ୟମରେ ଏ ନେଇ ଅବଗତ କରାଇଥିଲେ।

ଏହାପରେ ଦୀନବନ୍ଧୁଙ୍କୁ ଘରକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଜି ଘରୁ ଫେରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନା ଏବଂ ଏଥିରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଦୀନବନ୍ଧୁ ଧନ୍ୟବାଦ ଜଣାଇଛନ୍ତି। ଦୀନବନ୍ଧୁଙ୍କୁ କାମ୍ବୋଡ଼ିଆର ଏକ କମ୍ପାନି ସିମ୍ ଓ ଓଟିପି ଠକେଇ କାମରେ ନିୟୋଜିତ କରିବାକୁ ବାଧ୍ୟ କରିଥିଲା। କିନ୍ତୁ ଏଥିପାଇଁ ଦୀନବନ୍ଧୁ ମନା କରିବାରୁ ତାଙ୍କୁ ଏକ କୋଠରିରେ ବନ୍ଦୀ କରି ରଖାଯାଇଥିଲା ବୋଲି ସେ କହିଛନ୍ତି। ନିଜର ମୁକ୍ତି ପାଇଁ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe