ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଯୁବକ ଗିରଫ: ୨୬୯ ଗ୍ରାମ୍ ସୁନାଗହଣା, ନଗଦ ୪ ଲକ୍ଷ ୮୯ ହଜାର ଜବତ

ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଯୁବକ ଗିରଫ

ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଯୁବକ ଗିରଫ: ୨୬୯ ଗ୍ରାମ୍ ସୁନାଗହଣା, ନଗଦ ୪ ଲକ୍ଷ ୮୯ ହଜାର ଜବତ

ନୟାଗଡ଼: ନୟାଗଡ଼ ଟାଉନ ଥାନା ପୁଲିସ ଟ୍ରାଫିକ୍ ଛକ ନିକଟରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ କାନ୍ଧରେ ଏକ ବ୍ୟାଗ୍ ପକାଇ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ପରେ ତୁରନ୍ତ ଘଟଣାସ୍ଥଳରେ ଥାନା ଏଏସ୍‌ଆଇ ପିକେ ଭୋଇ ପହଞ୍ଚିଥିଲେ। ପୁଲିସକୁ ଦେଖି ଯୁବକ ଜଣକ ସେଠାରୁ ‌ଖସିଯିବା ପାଇଁ ପ୍ରୟାସ କରିଥିଲା। ମାତ୍ର ପୁଲିସ ତାକୁ କାବୁ କରି ନେଇ ତା’ ବ୍ୟାଗ୍ ଯାଞ୍ଚ କରିଥିଲା। ଏହା ପରେ ବ୍ୟାଗ୍ ଭିତରେ ଏତେ ପରିମାଣର ସୁନାଗହଣା ଓ ଟଙ୍କା ଦେଖି ପୁଲିସ ତାଜୁବ ହୋଇଯାଇଥିଲା। ଏଣୁ ଉକ୍ତ ଯୁବକଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରାଯାଇଥିଲା। ତେବେ ଏହି ଯୁବକ ଜଣକ ପଶ୍ଚିମବଙ୍ଗର ଅଲମଗିର ମୋଲ୍ଲା (୨୮) ବୋଲି ଜଣାପଡ଼ିଥିଲା। ପୁଲିସ ତା’ ନିକଟରୁ ୧୦ଟି ସୁନା ଚେନ୍, ୬ଟି ସୁନା ଲକେଟ୍, ୩ଟି ରାଣୀହାର ଲକେଟ, ୬ଟି ଆମ୍ବକଷି ଲକେଟ, ୨୮ଟି କାନଫୁଲ, ୨ଟି ମୁଦି ଓ ଅନ୍ୟାନ୍ୟ ଗହଣାକୁ ମିଶାଇ ମୋଟ୍ ୨୬୯ ଗ୍ରାମ୍ ସୁନା ଗହଣା ଜବତ କରିଛି।

ଏଥି ସହ ବ୍ୟାଗ୍‌ରେ ଥିବା ଟଙ୍କାକୁ ଗଣିବାରୁ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏତେ ପରିମାଣର ସୁନା ଗହଣା ଓ ଟଙ୍କା ସେ କେଉଁଠୁ ଆଣିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସେ କେଉଁଠୁ ଏସବୁ ଲୁଟ୍ କରିଛି କି ନୟାଗଡ଼କୁ ଏହି ସୁନା ଓ ଟଙ୍କା କାହାକୁ ଦେବା ପାଇଁ ଆସିଥିଲା, ପୁଲିସ ଏ ଦିଗରେ ତଦନ୍ତ କରୁଛି। ଯେହେତୁ ଯୁବକ ଜଣକ ଠିକ୍ ଭାବେ ପୁଲିସ ନିକଟରେ ବୟାନ ରଖୁନାହିଁ, ସେଥିପାଇଁ ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ଥାନା ଇନ୍ସପେକ୍ଟର ରଶ୍ମୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe