ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଆସି ଅଣନିଶ୍ୱାସୀ ହୋଇ ଯୁବତୀ ମୃତ

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଆସି ଅଣନିଶ୍ୱାସୀ ହୋଇ ଯୁବତୀ ମୃତ

ପୁରୀ : ଗୁରୁବାର ଦିନ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଆସିଥିବା ଜଣେ ଯୁବତୀ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଛି। ସେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ସମ୍ପର୍କୀୟମାନେ ଏକ ସ୍କୁଟି ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଯୁବତୀ ଜଣକ ହେଲେ ଭୁବନେଶ୍ୱରରେ ରହୁଥିବା ସାଲେପୁର ଅଞ୍ଚଳର ଶରତ ଚନ୍ଦ୍ର ବାରିକଙ୍କ ଝିଅ ସଂଘମିତ୍ରା ବାରିକ(୨୨)।

ଅଣନିଶ୍ବାସୀ ହୋଇ ସଂଘମିତ୍ରା ମୃତ୍ୟୁ ଘଟିଥିବା ପରିବାର ଲୋକେ କହୁଛନ୍ତି। ଅଣନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ଅସ୍ବୀକାର କରୁଥିବା ବେଳେ ଅଧିକ ତଦନ୍ତ ସହ ବ୍ୟବଚ୍ଛେଦ ରିପୋର୍ଟ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe