ସାନଭାଇକୁ ହତ୍ୟାମାମଲା, ଜେଲ୍‌ ଗଲା ବଡ଼ଭାଇ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

କୋରେଇ: କୋରେଇ ଥାନା ସାଦକପୁର ପଞ୍ଚାୟତ ମାଳଦା ଗ୍ରାମରେ ସାନଭାଇକୁ ହତ୍ୟା କରିବା ଅଭିଯୋଗରେ ବଡ଼ଭାଇ ସୁଲତାନକୁ ପୁଲିସ ଗିରଫ କରିଛି। ମାଳଦା ଗ୍ରାମର ସେକ୍ ସେରୁଦ୍ଦିନଙ୍କ ପୁଅ ସେକ୍ ଗୁଲଫାମ (୩୦)ଙ୍କର ଗତ ୨୭ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

ଏନେଇ ପରିବାର ଲୋକ ମୁହଁ ଖୋଲୁ ନଥିବାବେଳେ ମୃତ ଗୁଲଫାମଙ୍କ ବଡ଼ଭାଇ ସେକ୍ ସୁଲତାନ ଫେରାର ଥିଲା। ପୁଲିସ୍‌ର ସନ୍ଦେହ ହେବାରୁ ତଦନ୍ତକୁ ତ୍ବରାନ୍ବିତ କରିଥିଲା। ୬ ଦିନ ପରେ ଅଭିଯୁକ୍ତ ସୁଲତାନକୁ ପୁଲିସ୍‌ ବରୀ ଅଞ୍ଚଳରୁ ଗିରଫ କରିଥିଲା। ପାରିବାରିକ କଳହକୁ ନେଇ ଦୁଇଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ବଡ଼ଭାଇର ଆକ୍ରମଣରେ ସାନଭାଇ ଗୁଲଫାମର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ବୋଲି କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ କେସ ନମ୍ବର ୧୭୦/୨୨, ଦଫା ୩୦୨ରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe