ଠେଙ୍ଗା ମାଡ଼ରେ ଆହତ ଯୁବକଙ୍କ ମୃତ୍ୟୁ, ଶ୍ବଶୁର-ଜ୍ବାଇଁ କୋର୍ଟଚାଲାଣ

Advertisment
ସର୍ପାଘାତରେ ନାବାଳିକା ମୃତ

ରିଆମାଳ : ଠେଙ୍ଗାମାଡ଼ରେ ଆହତ ହୋଇଥିବା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ କାଇଁଶର ଗ୍ରାମର ସୁ‌ରେଶ କିସାନ (୨୮) ମୃତ୍ୟୁ ହୋଇଯାଇଛି। ଏହି ମାମଲାରେ ପୁଲିସ ଗାଁର ସୁବ୍ରତ ପ୍ରଧାନ ଓ ତାଙ୍କ ଶ୍ବଶୁର ମିଞ୍ଜା କିସାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଗତ ୫ ତାରିଖ ଦିନ ସୁରେଶ ସାମାଜିକ ବିଷୟକୁ ନେଇ ସେହି ଗ୍ରାମର ସ୍ବର୍ଗତ ଭକ୍ତି ପ୍ରଧାନଙ୍କ ସ୍ତ୍ରୀ ଛବିରାଣୀ ପ୍ରଧାନଙ୍କ ଘରକୁ ଯାଇଥିଲେ। ଛବିରଣୀଙ୍କ ପୁଅ ସୁବ୍ରତ ଆଗପଛ ବିଚାର ନକରି ଏକ ଠେଙ୍ଗା ଦ୍ଵାରା ସୁରେଶଙ୍କ ମୁଣ୍ଡରେ ମାଡ଼ ମାରିଥିଲେ। ଏଥିରେ ସୁବ୍ରତଙ୍କ ଶ୍ବଶୁର ମିଞ୍ଜା କିସାନ ସହଯୋଗ କରିଥିଲେ। ସୁରେଶଙ୍କ ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ସୁରେଶଙ୍କୁ ଉଦ୍ଧାର କରି ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ଦେବଗଡ଼ ଓ ପରେ ବୁର୍ଲା ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଗତ ୧୭ ତାରିଖରେ ତାଙ୍କ ମୃତ୍ୟୁ ହୋଇଗଲା। ୧୮ ତାରିଖରେ ସୁରେଶଙ୍କ ଭାଇ ପ୍ରଭାକର ଥାନାରେ ଏତଲା ଦେଇଥିଲେ। ଏହି ମାମଲାର ତଦନ୍ତ କରି ପୁଲିସ ସୁବ୍ରତ ଓ ତାଙ୍କ ଶ୍ବଶୁର ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ବଲାସିଙ୍ଗାର ମିଞ୍ଜାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe