Sambad English
ଯୋଡ଼ା : କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ସିଲଯୋଡା ଗ୍ରାମର କୁଦୁରସାହିରେ କିଛି ଲୋକ ସଂଘବଦ୍ଧ ହୋଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ମକୁରୁ ହେସା (୩୫)। ପୁଲିସ ସୂଚନା ଅନୁଯାୟୀ, ଗ୍ରାମର କିଛି ଲୋକ ମକୁରୁଙ୍କୁ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ କ୍ଲବ୍ ଘରେ ବାନ୍ଧି ଠେଙ୍ଗାରେ ମାଡ଼ ମାରିଥିଲେ। ଗୁରୁବାର ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ କେସ୍ ନମ୍ବର ୧୨୨/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି।
ତେବେ ଏକ ଚୋରି ଘଟଣାକୁ ନେଇ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ମକୁରୁଙ୍କ ବଚସା ହୋଇଥିଲା। ମକୁରୁ ଚୋରିରେ ସମ୍ପୃକ୍ତ ଥିବା ଗ୍ରାମର କିଛି ଲୋକଙ୍କ ନାମ ପ୍ରଘଟ କରିଥିଲେ। ଏଥିରେ କିଛି ଲୋକ ଉତ୍ତ୍ୟକ୍ତ ହୋଇ ତାଙ୍କୁ କ୍ଲବ୍ ଘରେ ବାନ୍ଧି ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Follow Us