ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ଫାଟକ ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି ଏହି ଅଞ୍ଚଳର ବିଜୟ ଦୀପl ସୂଚନା ପାଇ ବେଲପାହାଡ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବା ବେଳେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିl ସେପଟେ ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛିl ସନ୍ଧ୍ୟାରେ କୌଣସି କାରଣକୁ ନେଇ ବିଜୟ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ହୋଇଥିଲା।

ବିଳମ୍ବିତ ରାତିରେ ବିଜୟଙ୍କୁ ତାଙ୍କ ସମ୍ପର୍କୀୟ ବାହାରକୁ ଡାକିଥିଲେ। ଏହାପରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ତାଙ୍କ ସମ୍ପର୍କୀୟ ବିଜୟଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ଉଦ୍ଧାର କରି ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରିଥିଲେଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବେଲପାହାଡ ଥାନାଧିକାରୀ ଅମିତାଭ ପଣ୍ଡାଙ୍କୁ ପଚାରିବାରୁ ସମ୍ବଲପୁରରେ ଭିନ୍ନ ଡିଉଟିରେ ଥିବାରୁ ଏସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe