ମାଉଜର୍ ଧରି ଆତଙ୍କ ଖେଳାଉଥିବା ଯୁବକ ଗିରଫ  

Advertisment
ମାଉଜର୍ ଧରି ଆତଙ୍କ ଖେଳାଉଥିବା ଯୁବକ ଗିରଫ  

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଗଣ୍ଡାଧର ଛକରେ ଗତକାଲି ରାତି ପ୍ରାୟ ୯ଟାରେ ଜଣେ ଯୁବକ ମାଉଜର୍ ଧରି ଆତଙ୍କ ଖେଳାଇବା ସହ ଦାଦାବଟି ମାଗୁଥିଲା। ସଂପୃକ୍ତ ଯୁବକ ତଥା କୁମୁଣ୍ଡା ଗ୍ରାମର ଲକ୍ଷ୍ମୀସ୍ତ୍ରାଣ ପ୍ରଧାନ (୨୦)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଲକ୍ଷ୍ମୀ ଗତକାଲି ରାତି ପ୍ରାୟ ୯ଟାରେ ଗଣ୍ଡାଧର ଛକରେ ବ୍ୟବସାୟୀଙ୍କୁ ଦାଦାବଟି ମାଗିଥିଲା। କିନ୍ତୁ ବ୍ୟବସାୟୀମାନେ ଏକାଠି ହୋଇ ଏହାର ବିରୋଧ କରିବା ସହ ଦାଦାବଟି ଦେବାକୁ ମନା କରିବାରୁ ସେ ମାଉଜର୍ ବାହାରି କରି ଗୁଳି କରିବାକୁ ଧମକଚମକ ଦେଇଥିଲା।

ଭୟଭୀତ ବ୍ୟବସାୟୀ ମାନେ ପୁଲିସକୁ ସୂଚନା‌ ଦେଇଥିଲେ। ଏକ ଟିମ୍ ପହଞ୍ଚି ଲକ୍ଷ୍ମୀକୁ କାବୁ କରିବା ସହ ତା’ଠାରୁ ମାଉଜର୍ ଓ ବାଇକ୍ (ଓଡ଼ି-୩୨ଇ ୯୦୯୬) ଜବତ କରିଥିଲା। କେସ୍ ନମ୍ବର ୪୧୯ ଅନୁସାରେ ମାମଲା ରୁଜୁ ସହ ଲକ୍ଷ୍ମୀକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe