ଚୋରି ଉଦ୍ୟମ ପଣ୍ଡ, ୫ ଅଭିଯୁକ୍ତ ଗିରଫ 

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ବିଜେପୁର: ବିଜେପୁରଠାରେ ଲକ୍ଷାଧିକ ଟଙ୍କାର ପାଣି ପାଇପ୍‌କୁ ଏକ ଟ୍ରକ୍‌ରେ ବୋଝେଇ କରି ଚାଲାଣ କରୁଥିବାର ସପ୍ତାହେ ନ ପୂରୁଣୁ ଆଉ ଏକ ଚୋରି ଉଦ୍ୟମ ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ବଲପୁର ଅଂଚଳର କିଛି ଯୁବକ ଏଠାରେ ଶନିବାର ରାତିରେ ଚୋରି ଉଦ୍ୟମ କରୁଥିବା ବେଳେ ବିଜେପୁର ପୁଲିସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅଇଁଠାପାଲି ଅଂଚଳର ଲଳିତ ମିର୍ଦ୍ଧା (୩୫), ଛୋଟେଲାଲ ମିର୍ଦ୍ଧା (୪୦), ମନୋଜ ମିର୍ଦ୍ଧା (୨୮), କୈଳାସ ମିର୍ଦ୍ଧା(୪୦) ଓ ନବୀନ ସିଂହ(୩୦)।

ପୁଲିସ ସୂଚନା ମୁତାବକ ଅଭିଯୁକ୍ତମାନେ ସନ୍ଦେହଜନକ ଅବସ୍ଥାରେ ପଡ଼ା ଛକ ଆଗକୁ ଥିବା ପଡିଆ ନିକଟରେ ଅଟକି ଥିଲେ। ଶନିବାର ରାତିରେ ପୁଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଯୁବକମାନଙ୍କୁ ଜେରା କରିଥିଲା। ସେମାନେ ପାଣି ପାଇପ୍‌ ଓ ଲୁହା ସାମଗ୍ରୀ ଚୋରି କରିବା ଉେଦ୍ଦଶ୍ୟରେ ବିଜେପୁର ଅଂଚଳକୁ ଆସିଥିବାର ପୁଲିସ୍‌ ଜାଣିବାକୁ ପାଇଥିଲା। ପୁଲିସ୍‌ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଶୋକ ଲିଲେଣ୍ତର ଏକ ପିକ୍‌ଅପ୍‌ ଓ ଗୋଟିଏ ନମ୍ବରବିହୀନ ବାଇକ୍‌କୁ ଜବତ କରିଛି। ବିଜେପୁର ଥାନାଧିକାରୀ ସନୟ ନାୟକଙ୍କ ତତ୍ତ୍ବାବଧାନରେ ମାମଲାର ଅଧିକ ତଦନ୍ତ ଚାଲିଥିବାର ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe