ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁକନ୍ୟା ଉଦ୍ଧାର

Advertisment
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁକନ୍ୟା ଉଦ୍ଧାର

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଅର୍ଜୁନପୁର ଶରଧାପାଲି ରାସ୍ତା ବଙ୍କବିଜା ନିକଟସ୍ଥ ରାସ୍ତାକଡ଼ର ଏକ ବୁଦାମୂଳରୁ ଉଦ୍ଧାର କରାଯାଇ ତାକୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବୀରମହରାଜପୁର ବ୍ଲକ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ପଅରଦିନ ପୂର୍ବାହ୍ନ ୯ଟାରେ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।ଗତକାଲି ସକାଳୁ ଗଜେନ୍ଦ୍ରଙ୍କ ଶାଶୁ ପାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ର ପରିସରରେ ଥିବା ପୋଲିଓ ଟିକା କେନ୍ଦ୍ରକୁ ଟିକା ଦେଇ ଆସିଥିବା ସମୟରେ ଅନ୍ୟ ଜଣେ ମହିଳା ଆସି ସେହି ଶିଶୁକନ୍ୟାକୁ ତାଙ୍କଠାରୁ ନେଇ ଅନ୍ୟ ଏକ ବ୍ୟକ୍ତିଙ୍କ ବାଇକରେ ଚାଲି ଯାଇଥିଲେ। ଏନେଇ ଟାଉନ ଥାନାରେ ଗଜେନ୍ଦ୍ର ତାଣ୍ଡିଆ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାକୁ ନେଇ ଚମ୍ପଟ ମାରିଥିବା ଲୋକକୁ ଚିହ୍ନଟ କରାଯାଇଥିଲା। ପୁଲିସ ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସୋନପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏଭଳି ଘଟଣା ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe