ଆକ୍ସନ ଇସ୍‌ପାତରୁ ଚୋରି ସାମଗ୍ରୀ ସହ ୨ ଅଟୋ ଜବତ, ୧୦ ଗିରଫ

Advertisment
ଆକ୍ସନ ଇସ୍‌ପାତରୁ ଚୋରି ସାମଗ୍ରୀ ସହ ୨ ଅଟୋ ଜବତ, ୧୦ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବନ୍ଦ ହୋଇ ପଡ଼ି ରହିଥିବା ବହୁ କଳ କାରଖାନାରଗୁଡ଼ିକ ଏବେ ଚୋରଙ୍କ ପାଇଁ ଅମରାବତୀ ପାଲଟିଛି। ଏହି କାରଖାନାଗୁଡ଼ିକରେ ଥିବା ଯନ୍ତ୍ରାଂଶଗୁଡ଼ିକ ଚୋରମାନେ ଚୋରି କରି ନେଇ ତାକୁ ବଡ଼ ବଡ଼ କବାଡ଼ିବାଲାଙ୍କୁ ଚାଲାଣ କରୁଥିବା ଜଣାଯାଇଛି। ଏହି ଚୋରା କାରବାର ରୢାକେଟରେ ବହୁ  ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ଥାନାରେ ଏନେଇ ମାମଲା ରୁଜୁ ହେଉଛି। ଆଜି ସଦର ଥାନା ପୁଲିସ ଝାରସୁଗୁଡ଼ାଠାରେ ଦୁଇଟି ଅଟୋରେ ବୋଝେଇ ହୋଇ ଯାଉଥିବା ପୁରୁଣା ଯନ୍ତ୍ରପାତି ଗୁଡ଼ିକୁ ପୁଲିସ ଜବତ କରିଛି।

ଏହି ପୁରୁଣା ଯନ୍ତ୍ରପାତିଗୁଡ଼ିକା ଓଜନ ପ୍ରାୟ ୪ କୁଇଣ୍ଟାଲ‌ ହେବ ବୋଲି ପୁଲିସ କହିଛି। ଏଥିରେ ସଂପୃକ୍ତ ୧୦ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଟୋ ଦୁଇଟିକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ସୁମିତ ସାହୁ, ବିକ୍ରମ ସାହୁ, ଅମିତ ସାହୁ, ଦିଲବର ସାହୁ, ମହମ୍ମଦ ନିଶା, ସୋହିଲ ରାଜା, ଜିତେନ ବେସନ, ବନମାଳୀ ମିଞ୍ଜ, ସୂରଜ ବେସନ ଓ ସେକ୍‌ ଜବାର ବୋଲି ଆଇଆଇସି ଶୁଚିସ୍ମିତା ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe