ଭବାନୀପାଟଣା ଜଳେଶ୍ବର ମନ୍ଦିରରୁ ଚୋରି

Advertisment
ଭବାନୀପାଟଣା ଜଳେଶ୍ବର ମନ୍ଦିରରୁ ଚୋରି

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଜଳେଶ୍ବର ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଦାନ ବାକ୍ସ ଓ ପୂଜା ସାମଗ୍ରୀ ନେଇ ଯାଇଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଏନେଇ  ପୁଲିସ ତଦନ୍ତ ଆରମ୍ଭ କରିଛି।

ମନ୍ଦିରର ଦାନ ବାକ୍ସ, ୪ଟି ଘଣ୍ଟ, ୪ଟି ପିତ୍ତଲ ବାଲଟି, ୩ଟି ପିତ୍ତଲ ଗଡୁ, ୨ଟି ପିତ୍ତଳ ଘଣ୍ଟି, ୩ଟି ପରାତ, ଗୋଟିଏ ବଡ଼ ନିଶାନ ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଛି। ଜଳେଶ୍ବର ମନ୍ଦିର ପରିଚାଳନା କମିଟି ସମ୍ପାଦକ ସତ୍ୟ ନାରାୟଣ ବିଶିଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe