ଜିଲ୍ଲା ପରିଷଦ ସଭାପତିଙ୍କ ବାସଭବନରୁ ଚୋରି    

Advertisment
ଜିଲ୍ଲା ପରିଷଦ ସଭାପତିଙ୍କ ବାସଭବନରୁ ଚୋରି    

OdishaTV

ସମ୍ବଲପୁର: ଟାଉନ ଥାନାଠାରୁ କିଛି ଦୂରରେ ଅବସ୍ଥିତ ଜିଲ୍ଲା ପରିଷଦ ସଭାପତି ବାସଭବନରୁ ଚୋରି ହୋଇଛି। ଜିଲ୍ଲା ପରିଷଦ ସଭାପତିଙ୍କ ବାସଭବନରେ ଥିବା ଏସି, ପଙ୍ଖା ସହିତ ଏଠାରେ ଲାଗିଥିବା ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ସହିତ ବହୁ ମୂଲ୍ୟବାନ ଜିନିଷ ଚୋରମାନେ ନେଇ ଯାଇଛନ୍ତି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ସତ୍ତ୍ବେ ବିଳମ୍ବରେ ଥାନାରେ ଏତଲା ଦିଆଯିବା ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବିଦାୟୀ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ତାଙ୍କ କାର୍ଯ୍ୟକାଳ ସରିବା ପରେ ବି କିଛି ମାସ ଏଠାରେ ରହିଥିଲେ। କେତେକ ବ୍ୟକ୍ତିଗତ ସମସ୍ୟା ଯୋଗୁ ତାଙ୍କ ବାସଭବନ ଛାଡ଼ିବାରେ ବିଳମ୍ବ ହୋଇଥିଲା। ସେ ଛାଡ଼ିବା ପରେ ବାସଭବନରେ ସାମାନ୍ୟ ମରାମତି, ରଂଗ କାମ ଆଦି କାମ ବାକିଥିବାରୁ ବର୍ତ୍ତମାନର କୁଳପତି କୁମ‌ୋଦିନୀ ନାଏକ ସେଠାରେ ରହୁନଥିଲେ। କେହି ରହୁନଥିବାର ସୁଯୋଗ ନେଇ କିଛିଦିନ ତଳେ ସେଠାରୁ ଜିନିଷପତ୍ର ଚୋରି ହୋଇଯାଇଥିଲା।

ଚୋରି ସଂପର୍କରେ ଜଣାପଡ଼ିବା ପରେ ବି ଜିଲ୍ଲା ପରିଷଦ ପକ୍ଷରୁ ତୁରନ୍ତ ଥାନାରେ ଏତଲା ଦିଆଯାଇନଥିଲା। ଏହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିଲୀପ ବଳଙ୍କୁ ପଚାରିବାରୁ ସେ କହିଲେ, ୩/୪ ଦିନ ତଳେ ଚୋରି ହୋଇଥିଲା। ଏ ନେଇ  ଥାନାରେ ଏତଲା ବି ଦିଆଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ବାସଭବନ ଛାଡ଼ିବା ପରେ ବର୍ତ୍ତମାନର ସଭାପତି କିଛି ଫର୍ନିଚର କାମ କରିବାକୁ କହିଥିଲେ। ଫର୍ନିଚାର କାମ ସରିବା ପରେ ସେ ସେଠାରେ ରହିଥାନ୍ତେ। ଯେହେତୁ, ବାସଭବନ ଖାଲି ପଡ଼ିଥିଲା, ସେଠାରେ କେହି ରହୁନଥିଲେ, ଏହାର ସୁଯୋଗ ନେଇ ଚୋରିମାନେ ଜିନିଷପତ୍ର ନେଇଯାଇଛନ୍ତି ବୋଲି ଶ୍ରୀ ବଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe