ବଳରାମଧୀର ସରକାରୀ ନୋଡାଲ୍ ହାଇସ୍କୁଲରୁ ଚୋରି

Advertisment
ବଳରାମଧୀର ସରକାରୀ ନୋଡାଲ୍ ହାଇସ୍କୁଲରୁ ଚୋରି

ରାମଚନ୍ଦ୍ରପୁର: ଘସିପୁରା ବ୍ଲକ୍‌ ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ା ବଳରାମଧୀର ସରକାରୀ ନୋଡାଲ୍ ହାଇସ୍କୁଲର ତାଲା ଭାଙ୍ଗି ସୋମବାର ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର କମ୍ପ୍ୟୁଟର ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ସକାଳ ୧୦ଟାରେ ସ୍କୁଲ ଖୋଲାଯିବା ପରେ ପିଅନ ଲକ୍ଷ୍ମୀଧର ରାଉତ ସ୍ମାର୍ଟ କ୍ଲାସ ରୁମ୍ ର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଳେ। ତୁରନ୍ତ ସେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ  ଜ୍ୟୋତ୍ସ୍ନାରାଣୀ ବରାଳଙ୍କୁ ସୂଚନା ଦେଇଥିଲେ।  ସହକର୍ମୀଙ୍କ ଗହଣରେ ରୁମର କବାଟ ଖୋଲି ଦେଖିଲା ବେଳକୁ ରୁମ ଭିତରେ ଥିବା ୩ଟି ୱେବ କ୍ୟାମେରା, ୩ଟି ମାଇକ୍ରୋଫୋନ ଏବଂ ସ୍ପିକର, ୩ଟି ସ୍ମାର୍ଟ ଏଲଇଡି, ୨ଟି ସିସିଟିଭି କ୍ୟାମେରା ସହିତ ଅନେକ ମୂଲ୍ୟବାନ ଯନ୍ତ୍ରାଂଶ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

publive-image

୫-ଟି  ଅଧୀନରେ  ଇ-କ୍ଲାସ ରୁମ୍ ପାଇଁ ଏସବୁ ଯନ୍ତ୍ରାଂଶ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ମାସରେ ଯୋଗାଇ ଦିଆଯାଇଥିଲା।  ପ୍ରଧାନ ଶିକ୍ଷୟିତ୍ରୀ  ସ୍କୁଲରୁ ଚୋରି ହୋଇଥିବା ନେଇ  ରାମଚନ୍ଦ୍ରପୁର ଥାନାରେ  ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସରକାର ୫-ଟି ଅଧୀନରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରାଯାଇ  ସ୍ମାର୍ଟ କ୍ଲାସରୁମ,  ଇଲାଇବ୍ରେରି, କମ୍ପ୍ୟୁଟର,ପାର୍କ, ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ  ଦୀର୍ଘଦିନ ହେବ ରାତି ଜଗୁଆଳି ପଦବିଟି ଫାଙ୍କା ପଡ଼ିଛି। ଏଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଠାରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ଜଣେ ପିଅନ ଅଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe