ହିକୁଡ଼ି ଫାଣ୍ଡି ଅଞ୍ଚଳରୁ ଚୋରି, ଜଣେ ଗିରଫ

ହିକୁଡ଼ି ଫାଣ୍ଡି ଅଞ୍ଚଳରୁ ଚୋରି, ଜଣେ ଗିରଫ

ଉଲୁଣ୍ଡା/ବୀରମହାରଜପୁର : ସୁବର୍ଣ୍ଣପୁର ଜିଲ୍ଲା ମହାରାଜପୁର ଥାନା ହିକୁଡ଼ି ଫାଣ୍ଡି ଅଞ୍ଚଳର ୪ଟି ଦୋକାନରୁ ଚୋରି ହୋଇଛି। ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଫାଣ୍ଡି ଅଧିକାରି ଶିଶୁପାଳ ନାଗଙ୍କ ସୂଚନା ଅନୁସାରେ ଗଣେଶ୍ୱର ଗୁରୁଙ୍କ ୧୦ ହଜାର ଟଙ୍କାର ସାମଗ୍ରୀ, ତୋଫାନ କର୍ମୀଙ୍କ କିଛି ସାମଗ୍ରୀ ଏବଂ ୫୦୦୦ ଟଙ୍କା, କବିରାଜ ସେଠୀଙ୍କର କିଛି ସାମଗ୍ରୀ ଏବଂ ସାଢ଼େ ଚାରିହଜାର ଟଙ୍କା, ବିଭୀଷଣ ଭୁକ୍ତାଙ୍କର କିଛି ସାମଗ୍ରୀ ଏବଂ ବାରଶହ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ବୌଦ୍ଧ ଜିଲ୍ଲା କଣ୍ଟାମାଲର ଅଇଁଲାଛୁଆଁ ଗାଁର ସୁଶାନ୍ତ କର୍ମୀକୁ ଗିରଫ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଏହି ଦୋକାନର ତାଲା ଭାଙ୍ଗି ସିଗାରେଟ୍‌, ପାନ ମସଲା ନେଇ ଯାଇଥିଲା। ଏହାପରେ ଚୋରି ଜିନିଷକୁ ଏକ ଟେମ୍ପୋ ମାଧ୍ୟମରେ ରଖିଥିଲା। ଏକ ବସ୍‌ରେ ସମ୍ବଲପୁର ନେବା ପାଇଁ ଉଦ୍ୟମ ବେଳେ ହିକୁଡ଼ି ପୁଲିସ ତାକୁ କାବୁ କରି ବୀରମହାରାଜପୁର ଥାନାକୁ ପଠାଇଥିଲା। ଖୁବଶୀଘ୍ର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ବୀରମହାରାଜପୁର ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe