ସ୍କାଏଲାଇଟ ଭାଙ୍ଗି ସେବାକେନ୍ଦ୍ରରୁ ଚୋରି

Advertisment
ସ୍କାଏଲାଇଟ ଭାଙ୍ଗି ସେବାକେନ୍ଦ୍ରରୁ ଚୋରି

ଦଶରଥପୁର: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଥିବା ଡିଜିଟାଲ କମନ୍ ସର୍ଭିସ୍ ସେଣ୍ଟରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍କାଏଲାଇଟ୍ ଭାଙ୍ଗି କେହି ଦୁର୍ବୃତ୍ତ ଏଠାରେ ଥିବା ୨ଟି ଲାପଟପ୍, ଗୋଟିଏ ଡେକ୍ସଟପ୍ କମ୍ପ୍ୟୁଟର, ଗୋଟିଏ କଲର୍ ପ୍ରିଣ୍ଟର ଓ ଗୋଟିଏ ମନିଟରକୁ ଚୋରି କରିନେଇଥିବା ଯାଜପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଖଣ୍ଡରା ଛକରେ ଏହି ଥାନା ଅନ୍ତର୍ଗତ ରାଣୁଆ ଗ୍ରାମର ସୁନିଲ କୁମାର ସାହୁ ଡିଜିଟାଲ କମନ୍ ସିର୍ଭିସ୍ ସେଣ୍ଟ ନାମରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲି ସ୍ଥାନୀୟ ଲୋକଙ୍କୁ ସରକାରଙ୍କ ବିଭିନ୍ନ ସରକାରୀ ସେବା ପ୍ରଦାନ କରୁଥିଲେ।

ଗତକାଲି ରାତିରେ ସୁନିଲ ଏହି ସେଣ୍ଟରରେ ତାଲା ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ଏହି କେନ୍ଦ୍ର ଖୋଲିବାରୁ କେହି ଦୁର୍ବୃ୍ତ୍ତ ସ୍କାଏଲାଇଟ୍ ଭାଙ୍ଗି ବିଭିନ୍ନ ଜିନିଷ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ସୁନିଲଙ୍କ ସମ୍ପର୍କୀୟ ଅଭିଷେକ ବିହାରା ଯାଜପୁରଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, କିଛିଦିନ ପୂର୍ବରୁ ଖଣ୍ଡରା ଛକରେ ଥିବା ଅନ୍ୟ ୩ଟି ଦୋକାନରୁ ମଧ୍ୟ ଚୋରି ହୋଇଥିଲା। ଏହି ମାମଲାରେ ମଧ୍ୟ ପୁଲିସ୍ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe