ଯବାନଙ୍କ ଘରୁ ଚୋରି, ଚୋରଙ୍କ ଟାର୍ଗେଟରେ ରଘୁନାଥ କଲୋନି

Advertisment
ଯବାନଙ୍କ ଘରୁ ଚୋରି, ଚୋରଙ୍କ ଟାର୍ଗେଟରେ ରଘୁନାଥ କଲୋନି

ବଲାଙ୍ଗୀର : ବଲାଙ୍ଗୀର ସହର ଲାଲଟିକ୍ରା ପଛପଟ ରଘୁନାଥ କାଲୋନିରେ ରହୁଥିବା ତ୍ରିବିକ୍ରମ ଶବର ନାମକ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଶ୍ରୀ ଶବର ଥାନାରେ କରିଥିବା ଅଭିଯୋଗ ଅନୁସାରେ, କିଛିଦିନ ହେଲା ସେ ତାଙ୍କ ପରିବାର ସହ ଗାଁକୁ ଯାଇଥିଲେ। ତାଙ୍କ ଶଳା ମହେଶ ଗହୀର ଘରକୁ ଶୋଇବାକୁ ଆସୁଥିଲେ। ବୁଧବାର ରାତିରେ ଘରେ ସାପ ବାହାରିବାରୁ ଭୟରେ କେହି ଶୋଇନଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଘରେ ପଶି ଏକ ଟିଭି, ସୁନା, ରୁପା, ୫ ହଜାର ଟଙ୍କା ଚୋରି କରିଥିଲେ। ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ହାର୍ଡଡିକ୍ସ ନେଇ ଫେରାର ହୋଇଥିଲେ।

ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛିଦିନ ହେଲା ଲୋକଙ୍କ ଘରୁ ଚୋରି ହେଉଥିବାରୁ ରଘୁନାଥନଗରରେ ଲୋକଙ୍କ ଭିତରେ କୋକୁୟା ଭୟ ସୃଷ୍ଟି ହେଲାଣି। ଗୋଟିଏ ଦିନ ବି ଘର ଖାଲି ଦେଖିଲେ ଚୋର ଆସି କଳାକନା ବୁଲାଇ ନେଉଛନ୍ତି। ଗତ ୬ ମାସ ଭିତରେ ରଘୁନାଥନଗରରୁ ୯ଟି ଘରୁ ଚୋରି ହୋଇଥିବା ପଡ଼ାବାସୀ କହିଛନ୍ତି। ସେଥିପାଇଁ ରାତିରେ ପୁଲିସ ପେଟ୍ରୋଲିଂ ବଢ଼ାଇବାକୁ ପଡ଼ାବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe