ଶାଳଣିଆଁ ବଜାରରୁ ଚୋରି

ଶାଳଣିଆଁ ବଜାରରୁ ଚୋରି

Convenience Store

ହାଟଡିହି :ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ଅଧୀନ ଶାଳଣିଆଁ ବଜାରରୁ ଗତକାଲି ରାତିରେ ପୁଣି ଏକ ଦୋକାନରୁ ଚୋରି ହୋଇଛି। ମା’ ତାରିଣୀ ଭେରାଇଟି ଷ୍ଟୋର୍‌ର ଆଜବେଷ୍ଟସ ଟେକି କେହି ଦୁର୍ବୃତ୍ତ ଦୋକାନରେ ପଶି ୨୦ ହଜାର ଟଙ୍କା ଓ ବିଭିନ୍ନ ଷ୍ଟେସନାରି ସାମଗ୍ରୀ ଚୋରି କରିନେଇଛି। ପୂର୍ବରୁ ଏପରି ଚୋରିରେ ସମ୍ପୃକ୍ତ ଥିବା ବିଷ୍ଣୁପୁର ଗ୍ରାମର ଜଣେ ନାବାଳକକୁ ସନ୍ଦେହରେ ଆଣି ଦୋକାନ ମାଲିକ ପଚରାଉଚରା କରିଥିଲେ।

ନାବାଳକକୁ ବହୁ ସମୟ ଅଟକ ରଖିବାରୁ କେହି ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲା। ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଓ ପୁଲିସ ପହଞ୍ଚି ନାବାଳକକୁ ଉଦ୍ଧାର କରିବା ସହ ଦୋକାନ ମାଲିକଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe