ସମ୍ବଲପୁର : ସମ୍ବଲପୁର ଟାଉନ୍ ଥାନା ଅଧୀନ ଆକାଶବାଣୀ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତି କେହି ଦୁର୍ବୃତ୍ତ କାର୍ଯ୍ୟାଳୟରୁ ଏସିରେ ଲାଗିଥିବା ପାଖାପାଖି ୫୦ ଫୁଟ କପର୍ ତାର ଚୋରି କରି ନେଇଛି। ଆକାଶବାଣୀର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଭୋଇ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆକାଶବାଣୀ କାର୍ଯ୍ୟାଳୟରୁ ଚୋରି
Advertisment
Follow Us