ପୁଲିସ ମୁଖ୍ୟାଳୟ ଭିତରୁ ଚୋରି; ୩ ଗିରଫ

ପୁଲିସ ମୁଖ୍ୟାଳୟ ଭିତରୁ ଚୋରି; ୩ ଗିରଫ

Odisha Police

କଟକ : ରାଜ୍ୟ ପୁଲିସ ମୁଖ୍ୟାଳୟ ଭିତରେ ପଶି ଚୋରି କରିବାକୁ ବି ଭୟ କରି ନାହାନ୍ତି ଦୁର୍ବୃତ୍ତ। କ୍ୟାଣ୍ଟନମେଣ୍ଟ ଅଞ୍ଚଳର ତିନି ଜଣ ଦୁର୍ବୃତ୍ତଙ୍କୁ ଅବଶ୍ୟ ପୁଲିସ ଘଟଣାର ୩ ଦିନ ଭିତରେ ଗିରଫ କରି ନେଇଛି। ସେମାନେ ଶନିବାର ବିଳମ୍ବିତ ରାତିରେ ମୁଖ୍ୟାଳୟ ଭିତରେ ପଶି ଚୋରି କରିଥିଲେ। ୫ଟି ବ୍ୟାଟେରି ଓ ୨ଟି ଷ୍ଟେପିନ୍‌ ଚୋରି କରି ଏକ ଟ୍ରଲିରେ ବୋଝେଇ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଆଜି ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ପୁଲିସ ମୁଖ୍ୟାଳୟ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ବେ ଗଲା ଶନିବାର ବିଳମ୍ବିତ ରାତିରେ ପଛପଟେ ଏକ ଗଳା ବାଟେ ତିନି ଜଣ ଦୁର୍ବୃତ୍ତ ପଶି ଏହି ସବୁ ସାମଗ୍ରୀ ଚୋରି କରିଥିଲେ। ଏ ସ˚କ୍ରାନ୍ତରେ ମୁଖ୍ୟାଳୟର ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପଙ୍କଜ କୁମାର ନାୟକ କ୍ୟାଣ୍ଟନମେଣ୍ଟ ଥାନାରେ ରବିବାର ଏତଲା ଦେଇଥିଲେ। ପୁଲିସ ଏତଲା ଆଧାରରେ କ୍ୟାଣ୍ଟନମେଣ୍ଟ ଛେଲି କମ୍‌ଲା ଅଞ୍ଚଳର ସେକ୍‌ ଫକିର ଓରଫ ଲାକୁ, ପଟ୍ଟାପୋଲ ଭୋଲବେରି ସାହିର ବି. ରାଜୀବ ରାଓ ଓ ଆର‌୍‌. ରାମୁକୁ ପୁଲିସ ଆଜି ଗିରଫ କରିଛି। ଏମାନଙ୍କ ନିକଟରୁ ଚୋରି ହୋଇଥିବା ୫ଟି ବ୍ୟାଟେରି ଓ ଷ୍ଟେପିନ୍‌ ୨ଟି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଜବତ କରିଛି। କିଛି ଲୋକଙ୍କଠାରୁ ଦୁର୍ବୃତ୍ତଙ୍କ ଚେହେରା ସଂପର୍କରେ ମିଳିଥିବା ତଥ୍ୟ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe