ମାଧପୁର ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଘଟଣା: ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ୍‌

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗତ ବୁଧବାର ରାତିରେ ତାଲା କାଟି ଲକ୍ଷେ ଟଙ୍କା ଚୋରି ହୋଇଥିଲା। ଉକ୍ତ ଘଟଣାରେ ପୁଲିସ ଶନିବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି ଗତ ବୁଧବାର ରାତିରେ ମାଧପୁରସ୍ଥିତ ୟୁଜିବିର ମୁଖ୍ୟ ଗେଟ ତାଲା କାଟି ବ୍ୟାଙ୍କର ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏ ନେଇ ବ୍ୟାଙ୍କ ପକ୍ଷରୁ  ପୁରୁଣାକଟକ ଥାନାରେ ଗୁରୁବାର ଅଭିଯୋଗ ପରେ ପୁଲିସ ଥାନା କେସ ନଂ. ୭୪/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଚୋରମାନଙ୍କୁ ଚିହ୍ନଟ କରିଥିଲା। ଫୁଟେଜ ଆଧାରରେ ପୁଲିସ ନୟାଗଡ ଜିଲ୍ଲାରୁ ଆସି ମାଧପୁର ନିକଟ ଗୋଛାବାରୀ ସାହିରେ ରହୁଥିବା ହରିହର ପ୍ରଧାନ (୨୭) ଓ କଟକ ଜିଲ୍ଲାରୁ ଆସି ମାଧପୁରରେ ରହୁଥିବା ଜିତେନ୍ଦ୍ର ସାହୁକୁ ଗିରଫ କରିଥିଲା। ଏଥି ସହ ପୁଲିସ ହରିହରଠାରୁ ୮୦ ହଜାର ଟଙ୍କା ମଧ୍ୟ ଜବତ କରିଥିଲା। ଶନିବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe