ମଙ୍ଗଳପୁର ବଜାରରେ ଚୋରି; ୫୧ ହଜାର ଟଙ୍କା ‌ନେଇଗଲେ

Advertisment
ମଙ୍ଗଳପୁର ବଜାରରେ ଚୋରି; ୫୧ ହଜାର ଟଙ୍କା ‌ନେଇଗଲେ

ଦଶରଥପୁର :  ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ରାସ୍ତାରେ ଥିବା ଏକ ଭେରାଇଟି ଷ୍ଟୋରରୁ କେହି ଦୁର୍ବୃତ୍ତ ସ୍କାଇଲାଇଟ୍ ଭାଙ୍ଗି ବିଭିନ୍ନ ସାମଗ୍ରୀ ସମେତ ନଗଦ ୫୧ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ମଙ୍ଗଳପୁର ଗ୍ରାମର ସତ୍ୟରଂଜନ ସାମଲ ସେଠାରେ ୨୦ ବର୍ଷ ହେବ ଏକ ଭେରାଇଟି ସାମଗ୍ରୀ ଦୋକାନ କରିଛନ୍ତି। ଗତକାଲି ୩ ତାରିଖ ରାତି ୧୦ଟାରେ ଦୋକାନ ବନ୍ଦ କରି ସେ ଘରକୁ ଯାଇଥିଲେ। ଗୁରୁବାର ସକାଳେ ସତ୍ୟରଂଜନ ଦୋକାନ ଖୋଲିବାରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଭିତରେ ବିଭିନ୍ନ ସାମଗ୍ରୀ ଭର୍ତ୍ତି ପେଟିଗୁଡ଼ିକ ଏଣେତେଣେ ପଡ଼ିଥିଲା। ଗୋଟିଏ ଏଲ୍‌ଇଡି ଟିଭିକୁ ଲୁଟେରାମାନେ ନେଇଯାଇଥିଲେ। ଦୋକାନର କ୍ୟାସ୍ ବାକ୍ସରେ ଥିବା ୫୧ ଜହାର ଟଙ୍କା ସହ ଅନ୍ୟାନ୍ୟ, ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ମଙ୍ଗଳପୁର ଥାନା ଅଧିକାରୀ ରୀନାରଣୀ ସାହୁଙ୍କ ସମେତ ଅଭିମନ୍ୟୁ ବେହେରା  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଲୁଟେରାଙ୍କ ସନ୍ଧାନ ମିଳିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe