ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଜଣେ ପିଅନ ଟଙ୍କା ଚୋରି କରିଛନ୍ତି। ହୁଣ୍ଡି ଟଙ୍କା ଗଣତି ବେଳେ ୩୧ହଜାର ୯୫୦ ଟଙ୍କା ପକେଟ୍ରେ ଭର୍ତ୍ତି କରି ନେଇ ପଳାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଧରିଥିଲେ। ଅଭିଯୁକ୍ତ ଶ୍ରୀମନ୍ଦିର ରେକର୍ଡ ରୁମ୍ର ପିଅନ ମୁନା ଓରଫ ପ୍ରଦୀପ୍ତ କୁମାର ମହାପାତ୍ର(୩୭)। ଚନ୍ଦନପୁର ଥାନା ଅଞ୍ଚଳରେ ପ୍ରଦୀପ୍ତର ଘର। ପ୍ରଦୀପ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଆଜି ସିଂହଦ୍ବାର ଥାନା ପୁଲିସ ଏକ ଚୋରି ମାମଲା ରୁଜୁ କରିଛି। ମାତ୍ର ପ୍ରଦୀପ୍ତ ଫେରାର ହୋଇଯାଇଥିବାରୁ ତାକୁ ଥାନାକୁ ଆଣି ପଚରାଉଚରା କରିବା ସମ୍ଭବ ହୋଇନି। ୨୦୨୩ ମସିହା ଜୁଲାଇ ୧୫ରେ ଶ୍ରୀମନ୍ଦିରର ହୁଣ୍ଡି ଟଙ୍କା ଗଣତି ସମୟରେ ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ବିଣ୍ଡିପୁରର ସୁଶାନ୍ତ କୁମାର ରାଉତରାୟ(୩୬) ଟଙ୍କା ଚୋରି କରି ଧରା ପଡ଼ିଥିଲେ। ସେ ୮ଶହ ଟଙ୍କା ହୁଣ୍ଡିରୁ ଚୋରି କରି ପଳାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us