ଧର୍ମଗଡ଼ରେ ବଢ଼ିଚାଲିଛି ଚୋରି, କାର୍ଯ୍ୟାନୁଷ୍ଠାନ ଦାବି କଲା ଚାମ୍ବର ଅଫ୍‌ କମର୍ସ 

Advertisment
ଧର୍ମଗଡ଼ରେ ବଢ଼ିଚାଲିଛି ଚୋରି, କାର୍ଯ୍ୟାନୁଷ୍ଠାନ ଦାବି କଲା ଚାମ୍ବର ଅଫ୍‌ କମର୍ସ 

ଧର୍ମଗଡ଼ : ଧର୍ମଗଡ଼ ସହରରେ କ୍ରମାଗତ ଭାବେ ଚୋରି ବୃଦ୍ଧି ପାଉଥିବାରୁ ଧର୍ମଗଡ଼ ଚାମ୍ବର ଅଫ୍‌ କମର୍ସ ସ୍ଥାନୀୟ ପୁଲିସ ପ୍ରଶାସନକୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସୂଚନାଯୋଗ୍ୟ ଗତ ସପ୍ତାହକ ମଧ୍ୟରେ ଏକାଧିକ ଚୋରି ଘଟଣା ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କ ନିଦ ହଜାଇଛି। ମୁଖ୍ୟ ରାସ୍ତାରେ ଥିବା ଦୋକାନ ଗୃହ ସଟର ଭାଙ୍ଗି ପାଖାପାଖି ୨ଲକ୍ଷ ଟଙ୍କା ଓ ସାମଗ୍ରୀ ଲୁଟି ନେଇଥିଲେ। ସେହିପରି ଧର୍ମଗଡ଼ ତିନିଛକ ନିକଟରେ ଥିବା ଏକ ଭଡ଼ା ଘରୁ ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ଚୋରି ହୋଇଛି। ଏସବୁ ଘଟଣାରେ ଧର୍ମଗଡ଼ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ତେଣୁ କଡ଼ାକଡ଼ି ପେଟ୍ରୋଲିଂ କରିବା ଦୁର୍ବୃତ୍ତଙ୍କୁ ଖୁବଶୀଗ୍ର ଗିରଫ କରିବାକୁ ଚାମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ବରେ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାର ଓ ଥାନା ଅଧିକାରୀ ଅଶୋକ ମହାପାତ୍ରଙ୍କୁ ଭେଟି ୩ଦଫା ଦାବିପତ୍ର ଦେଇଛନ୍ତି।

ଧର୍ମଗଡ଼ ସହରରେ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି, ପ୍ରତି ଛକରେ ପୁଲିସ ମୁତୟନ, ଅପରିଚିତ ବ୍ୟବସାୟୀ ଓ ଭଡ଼ାଟିଆଙ୍କ ଉପରେ ସ୍ୱତନ୍ତ୍ର ନଜର, ପୁରୁଣା ପୁଲିସ ବିଲଡିଂରେ ଏକ ଟାଉନ୍‌ ଫାଣ୍ଡି ପ୍ରତିଷ୍ଠା କରିବାରୁ ଦାବି କରାଯାଇଛି। ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବା ସହ ଚୋରମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ନରେଶ ଅଗ୍ରୱାଲ, ସମ୍ପାଦକ ଅରୁଣ ତାୟଲ, ସହ ସମ୍ପାଦକ ଅତୁଲ୍ୟ ମେହେର, କୋଷାଧ୍ୟକ୍ଷ ସୁନୀଲ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ବୈଦ୍ୟନାଥ ବେହେରା, ବିକାଶ ମେହେର, ଜଗନ୍ନାଥ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe