ଉଚ୍ଚଶିକ୍ଷା ବିଭାଗର ନକଲି ମେଲ୍ ଆଇଡିରୁ କଲେଜର ଅଧ୍ୟକ୍ଷାଙ୍କୁ ମେଲ୍ କରି ଅଧ୍ୟାପକ ଗିରଫ

Advertisment
ଉଚ୍ଚଶିକ୍ଷା ବିଭାଗର ନକଲି ମେଲ୍ ଆଇଡିରୁ କଲେଜର ଅଧ୍ୟକ୍ଷାଙ୍କୁ ମେଲ୍ କରି ଅଧ୍ୟାପକ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ପରମାଣପୁରସ୍ଥିତ ଡାକ୍ତର ଝସକେତନ ସାହୁ କଲେଜର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ନକଲି ମେଲ୍ ଆଇଡିରୁ ମେଲ୍ କରି ଅଧ୍ୟାପକ ପରେଶ ଭୋଇ ଗିରଫ ହୋଇଛନ୍ତି। ଏହି କଲେଜରେ ଅର୍ଥନୀତି ବିଭାଗର ଅଧ୍ୟାପକ ଥିବା ପରେଶ ୟୁଟୁବରୁ ନକଲି ମେଲ୍ ଆଇଡି ଖୋଲିବା, ମେଲ୍ କରିବା ପରେ ପୁଣି ପ୍ରମାଣ ନଷ୍ଟ ପାଇଁ ତାହା ଡିଲିଟ୍ କରିବା ଆଦି ସଂକ୍ରାନ୍ତରେ ଜ୍ଞାନ ଆହରଣ କରିଥିଲେ।

publive-image

କିଛି ଦିନ ତଳେ କଲେଜଅଧ୍ୟକ୍ଷାଙ୍କୁ କିରାଣି ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମେଲ୍ କରିବା ସହିତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କହିଥିଲେ। ଅଧ୍ୟକ୍ଷା ଏ ସମ୍ପର୍କରେ ଉଚ୍ଚ ବିଭାଗ ସହିତ ଯୋଗାଯୋଗ ପରେ ସେଭଳି କୌଣସି ମେଲ ଯାଇନଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସମ୍ବଲପୁର ସାଇବର୍ ଥାନାରେ ଏତଲା ଦେଇଥିଲେ। ଯାଞ୍ଚ ପରେ ମେଲ କରିଥିବା ବ୍ୟକ୍ତି ଅର୍ଥନୀତି ଅଧ୍ୟାପକ ପରେଶ ବୋଲି ଜଣାପଡ଼ିଥିଲା। ତାପରେ ସମ୍ବଲପୁର ସାଇବର୍ ଥାନା ପୁଲିସ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe