ଜ୍ୟୋତିଷବିଦ୍ୟା ଗବେଷଣାରେ ‘ସିଦ୍ଧାନ୍ତ ଦର୍ପଣ’ ଯୁଗେଯୁଗେ ମାର୍ଗଦର୍ଶକ

Advertisment
ଜ୍ୟୋତିଷବିଦ୍ୟା ଗବେଷଣାରେ ‘ସିଦ୍ଧାନ୍ତ ଦର୍ପଣ’ ଯୁଗେଯୁଗେ ମାର୍ଗଦର୍ଶକ

ଭୁବନେଶ୍ୱର : ପଠାଣି ସାମନ୍ତଙ୍କ ‘ସିଦ୍ଧାନ୍ତ ଦର୍ପଣ’ ଯୁଗେଯୁଗେ ଜ୍ୟୋତିଷ ବିଦ୍ୟା ଗବେଷଣାରେ ମାର୍ଗଦର୍ଶନ କରିବ। ଓଡ଼ିଶାର ଆରାଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ପଞ୍ଜିକା ସହ ଦେଶବିଦେଶରେ ଜ୍ୟୋତିର୍ବିଜ୍ଞାନୀମାନେ ପ୍ରସ୍ତୁତ କରୁଥିବା ପଞ୍ଜିକା, ସିଦ୍ଧାନ୍ତ ଦର୍ପଣର ଗଣନା ଅନୁଯାୟୀ ପ୍ରଣୟନ ହୋଇଆସୁଛି। ଆଗାମୀ ଦିନରେ ମଧ୍ୟ ଏହାକୁ ଅନୁଶୀଳନ ନ କରି କୌଣସି ପଞ୍ଜିକା ପ୍ରଣୟନ ହୋଇପାରିବ ନାହିଁ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ପଠାଣି ସାମନ୍ତଙ୍କ ୧୧୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟ‌ରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌‌‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, କଣ୍ଠଶିଳ୍ପୀ ଏ. ସୁରେନ୍ଦ୍ରନାଥ ଛୋଟରାୟ, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ପ୍ରଶାସକ ଦେବରାଜ ସେନାପତି, ପୂର୍ବତନ କର୍ପୋରେଟର୍‌ ରମାନାଥ ସାମନ୍ତରାୟ, ନରେନ୍ ସାହୁ, ଉମାନାଥ ମିଶ୍ର, ଗୁରୁଚରଣ ସାହୁ, ମାନସ ରଂଜନ ମହାନ୍ତି ଓ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସମେତ ପ୍ରଫୁଲ୍ଲ ସାମଲ ଓ କଣ୍ଠଶିଳ୍ପୀ ଏ. ସୁରେନ୍ଦ୍ରନାଥ ଛୋଟରାୟଙ୍କୁ ‘ପଠାଣି ସାମନ୍ତ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe